‘ବଡ଼ବଡ଼ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ପାଇକ ଚେୟାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହ ସ୍ମୃତିରକ୍ଷା ପାଇଁ ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଚେୟାର ପ୍ରତିଷ୍ଠା ହେବ। ଏହାଛଡ଼ା ରାଜ୍ୟ ସଂଗ୍ରହାଳୟରେ ପାଇକ ବିଦ୍ରୋହର ୫୦ଟି ତୈଳ ଚିତ୍ର ଲଗାଯିବ। ବରୁଣେଇ ଓ ଗଡ଼ ଖୋର୍ଦ୍ଧାରେ କାନ୍ଥଚିତ୍ର (ଓ୍ୱାଲ୍ ପେଣ୍ଟିଂ) କରାଯିବ। ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ପାଇକ ବିଦ୍ରୋହ ସ୍ମୃତିରକ୍ଷା ନେଇ ଆଜି ସଚିବାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପଣ୍ଡା କହିଛନ୍ତି-“ପାଇକ ବିଦ୍ରୋହର ସ୍ମୃତି ରକ୍ଷା ପାଇଁ ପାଇକ […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 12:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହ ସ୍ମୃତିରକ୍ଷା ପାଇଁ ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଚେୟାର ପ୍ରତିଷ୍ଠା ହେବ। ଏହାଛଡ଼ା ରାଜ୍ୟ ସଂଗ୍ରହାଳୟରେ ପାଇକ ବିଦ୍ରୋହର ୫୦ଟି ତୈଳ ଚିତ୍ର ଲଗାଯିବ। ବରୁଣେଇ ଓ ଗଡ଼ ଖୋର୍ଦ୍ଧାରେ କାନ୍ଥଚିତ୍ର (ଓ୍ୱାଲ୍ ପେଣ୍ଟିଂ) କରାଯିବ। ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।

ପାଇକ ବିଦ୍ରୋହ ସ୍ମୃତିରକ୍ଷା ନେଇ ଆଜି ସଚିବାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପଣ୍ଡା କହିଛନ୍ତି-“ପାଇକ ବିଦ୍ରୋହର ସ୍ମୃତି ରକ୍ଷା ପାଇଁ ପାଇକ ପାର୍କ, ପାଇକ ଭବନ ଓ ପାଇକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ କେନ୍ଦ୍ର ସରକାର ଦେଇଥିବା ୧୦ କୋଟି ଟଙ୍କାରୁ ପାଇକ କମ୍ପ୍ଲେକ୍ସରେ ୮ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨ କୋଟି ଖର୍ଚ୍ଚ କରାଯିବ। ୨୦୧୮ରେ ସପ୍ତାହେବ୍ୟାପୀ ୨୦୦ ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ କରାଯିବ।”

Related story