ଦୁଇଟି ପାଜେରୋ ମଧ୍ୟରୁ କେଉଁଟି ଅନୁଗ୍ରହରେ ପାଇଥିଲେ ସଞ୍ଜୟ: ଲୁଲୁ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇରେ ଫସିଥିବା ଅର୍ଥତତ୍ତ୍ୱ କଂପାନୀଠାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ପାଜେରୋ ଗାଡ଼ି ଅନୁଗ୍ରହରେ ପାଇଥିବା ନେଇ ଅଭିଯୋଗ କରିଥିବା ବରିଷ୍ଠ କଂଗ୍ରେସ୍ ନେତା ଲୁଲୁ ମହାପାତ୍ର ତାଙ୍କ ଆକ୍ରମଣକୁ ଜାରି ରଖିଛନ୍ତି। ଆଜି ସେ ପୁଣି ସଞ୍ଜୟଙ୍କୁ ଘେରିଛନ୍ତି। ସଞ୍ଜୟଙ୍କ ପାଖରେ ଆହୁରି ଗୋଟିଏ ପାଜେରୋ ଥିବା କଥା କହି ଦୁଇଟି ପାଜେରୋ ମଧ୍ୟରୁ କେଉଁଟି ସଞ୍ଜୟ ଅନୁଗ୍ରହରେ ପାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,“ମନ୍ତ୍ରୀ ସଞ୍ଜୟଙ୍କର ଗୋଟିଏ […]

lulu-sanjay

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 04:01 PM IST

[caption id="attachment_74903" align="alignleft" width="300"] ଲୁଲୁ ମହାପାତ୍ର-ସଞ୍ଜୟ ଦାସବର୍ମା[/caption]

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇରେ ଫସିଥିବା ଅର୍ଥତତ୍ତ୍ୱ କଂପାନୀଠାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ପାଜେରୋ ଗାଡ଼ି ଅନୁଗ୍ରହରେ ପାଇଥିବା ନେଇ ଅଭିଯୋଗ କରିଥିବା ବରିଷ୍ଠ କଂଗ୍ରେସ୍ ନେତା ଲୁଲୁ ମହାପାତ୍ର ତାଙ୍କ ଆକ୍ରମଣକୁ ଜାରି ରଖିଛନ୍ତି। ଆଜି ସେ ପୁଣି ସଞ୍ଜୟଙ୍କୁ ଘେରିଛନ୍ତି। ସଞ୍ଜୟଙ୍କ ପାଖରେ ଆହୁରି ଗୋଟିଏ ପାଜେରୋ ଥିବା କଥା କହି ଦୁଇଟି ପାଜେରୋ ମଧ୍ୟରୁ କେଉଁଟି ସଞ୍ଜୟ ଅନୁଗ୍ରହରେ ପାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,“ମନ୍ତ୍ରୀ ସଞ୍ଜୟଙ୍କର ଗୋଟିଏ ନୁହେଁ, ଦୁଇ ଦୁଇଟି ପାଜେରୋ ଗାଡ଼ି ଅଛି। ଦ୍ୱିତୀୟ ପାଜେରୋ ଗାଡ଼ିର ନମ୍ବର ହେଉଛି ଓଡ଼ି-୦୨କେ ୦୦୦୧। ଏହା ଏକ ଧଳା ରଙ୍ଗର ସ୍ପୋର୍ଟ୍ସ ପାଜେରୋ। ପ୍ରଥମ ପାଜେରୋ ଗାଡ଼ିର ମାଲିକାନା ୪ ଜଣଙ୍କ ନାଁରେ ପରିବର୍ତ୍ତନ ହୋଇସାରିଛି। ତେବେ ଏହି ଦୁଇଟି ଗାଡ଼ି ମଧ୍ୟରୁ କେଉଁଟି ସେ ଅନୁଗ୍ରହରେ ପାଇଛନ୍ତି ତାହା କୁହନ୍ତୁ?”

ଅନ୍ୟପକ୍ଷରେ ଏନେଇ ଲୁଲୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା। ଲୁଲୁଙ୍କୁ ସାବାଡ୍‌ କରିବା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ସଞ୍ଜୟ କହିଛନ୍ତି,“ତାଙ୍କ ପ୍ରଳାପରୁ ମୁଁ ଯାହା ଅନୁଭବ କରୁଛି ତାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ। ତାଙ୍କ ମାନସିକ ସ୍ଥିତିକୁ ଠିକ୍ କରିବା ପାଇଁ ମୁଁ ଖୁବ୍‌ଶୀଘ୍ର ପଦକ୍ଷେପ ନେବି। ମୁଁ ଆଶା କରୁଛି ଯେଉଁ ଗାଡ଼ି ବିଷୟରେ ସେ ଗଣମାଧ୍ୟମକୁ ଭିନ୍ନ ଭିନ୍ନ ନମ୍ବର ଦେଉଛନ୍ତି, ସେହି ଗାଡ଼ି ସମ୍ପର୍କରେ ଗଣମାଧ୍ୟମ ଖୁବ୍‌ଶୀଘ୍ର ଭୁବନେଶ୍ୱର ସ୍ଥିତ ବିଜୟା ବ୍ୟାଙ୍କ୍ ଓ ଆର୍‌ଟିଓ ଅଫିସ୍‌ରୁ ସୂଚନା ପାଇବ। ଗାଡ଼ି ଦୁଇଟିର ପଞ୍ଜିକରଣ, ଜାତକ ଓ ଫାଇନାନ୍‌ସିଆଲ୍ ଟ୍ରାନ୍‌ଜାକ୍ସନ ସଂପର୍କରେ ଗଣମାଧ୍ୟମ ସେଠାରୁ ସୂଚନା ପାଇପାରିବ। ସେହି ସବୁ ତଥ୍ୟ ଦେଖିଲା ମନ୍ତ୍ରୀ ଭୁଲ୍ କହୁଛନ୍ତି ନା ଜଣେ ପ୍ରତ୍ୟାଖ୍ୟାତ ନେତା (ଲୁଲୁ) ଭୁଲ୍ କହୁଛନ୍ତି, ତାହା ଜାଣିପାରିବେ।”

ପ୍ରଥମେ ଯେଉଁ ପାଜେରୋ ଗାଡ଼ିକୁ ନେଇ ସଞ୍ଜୟଙ୍କ ଉପରକୁ ଲୁଲୁ ଆଙ୍ଗୁଳି ଉଠାଇଥିଲେ ତାହାର ନମ୍ବର ହେଉଛି ଓଆର୍‌ ୨୯-୦୦୦୧। ଏବେ ଏହି ଗାଡ଼ିଟି ରହିଛି ନୟାଗଡ଼ ଜିଲ୍ଲାର ବାଣପୁରର ବିଶିକେସନ ପ୍ରଧାନଙ୍କ ନାଁରେ। ବିଶିକେସନ ଗତ ବର୍ଷ ୧୭ ଲକ୍ଷ ଟଙ୍କାରେ ସୁବାସିନୀ ପଟ୍ଟନାୟକ ନାମକ ଜଣେ ମହିଳାଙ୍କଠାରୁ କିଣି ଥିଲେ। ତେବେ ଗାଡ଼ିର ପ୍ରଥମ ମାଲିକ କିଏ ତାହା ସ୍ପଷ୍ଟ ହୋଇପାରିନାହିଁ।

ଚିଟ୍‌ଫଣ୍ଡ କଂପାନୀ ଏଟି ଗ୍ରୁପ୍‌ ଟଙ୍କାରେ କିଣାଯାଇଥିବା ଏକ ପାଜେରୋ ଗାଡ଼ି ସଞ୍ଜୟ ଦାସବର୍ମାଙ୍କ ପାଖରେ ଥିବା ନେଇ ସିବିଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଥିଲେ ବି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପୂର୍ବରୁ ପ୍ରଶ୍ନ କରି ଥିଲେ ଲୁଲୁ।

Related story