ପଞ୍ଚାୟତ ନିର୍ବାଚନ: ବିଜେଡି ଆଗରେ, ଟକ୍କର ଦେଇଛି ବିଜେପି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ୧୮୮ଟି ଜିଲ୍ଲା ପରିଷଦ ଆସନରୁ ୯୭ଟିରେ ବିଜେଡି ଜିତି ଥିବା ବେଳେ ବିଜେପି ୬୪ଟି ଆସନ ହାତେଇଛି। କଂଗ୍ରେସ ୧୧ଟି ଆସନ ପାଇଛି। ୫ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ତରଭାର ୨ଟି ଜୋନ୍ (ତରଭା-୧ ଓ ତରଭା-୨)ରେ ବିଜେଡି ବିଜୟୀ ହୋଇଛି। ଜଗତସିଂହପୁରର ଏରସାମାରେ ୪ଟି ଯାକ ଜୋନ୍‌ରେ ବାଜି ମାରିଛି ଦଳ। କୋରାପୁଟର ଲମତାପୁଟର ୨ଟି ଜୋନ୍‌ରେ […]

vote

Rakesh Mallick
  • Published: Monday, 13 February 2017
  • , Updated: 14 February 2017, 08:45 AM IST

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ୧୮୮ଟି ଜିଲ୍ଲା ପରିଷଦ ଆସନରୁ ୯୭ଟିରେ ବିଜେଡି ଜିତି ଥିବା ବେଳେ ବିଜେପି ୬୪ଟି ଆସନ ହାତେଇଛି। କଂଗ୍ରେସ ୧୧ଟି ଆସନ ପାଇଛି। ୫ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ତରଭାର ୨ଟି ଜୋନ୍ (ତରଭା-୧ ଓ ତରଭା-୨)ରେ ବିଜେଡି ବିଜୟୀ ହୋଇଛି। ଜଗତସିଂହପୁରର ଏରସାମାରେ ୪ଟି ଯାକ ଜୋନ୍‌ରେ ବାଜି ମାରିଛି ଦଳ। କୋରାପୁଟର ଲମତାପୁଟର ୨ଟି ଜୋନ୍‌ରେ ବିଜେଡି ବାଜି ମାରି ନେଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁର ଦୁଇଟି ଜୋନ୍‌ରେ ମଧ୍ୟ ବିଜେଡି ବିଜୟୀ ହୋଇଛି। ସମ୍ବଲପୁର ରେଢ଼ାଖୋଲ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ସୁନ୍ଦରଗଡ଼ର କୁତ୍ରାର ୨ଟି ଜୋନ୍‌ରେ କଂଗ୍ରେସ ବିଜୟୀ ହୋଇଛି। ଜିଲ୍ଲାର ସବ୍‌ଡେଗାରେ ଗୋଟିଏ ଜୋନ୍‌ରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସବ୍‌ଡେଗାର ୨୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଜିଲ୍ଲାର ନୂଆଗାଁ ଓ ଲାଠିକଟା ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

କେନ୍ଦ୍ରାପଡ଼ା ଗଦରପୁର ୯ ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଜିଲ୍ଲାର ପାଟକୁରା ୯ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀ ସନ୍ତୋଷ କୁମାର ଜେନା ବିଜୟୀ ହୋଇଛନ୍ତି। ସମ୍ବଲପୁର ଯୁଯୁମରା ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ବିଜୟୀ

କେନ୍ଦୁଝର ପାଟଣା ଜିଲ୍ଲା ପରିଷଦ ଜୋନ୍‌ରେ ସ୍ୱାଧୀନ ପ୍ରାର୍ଥୀ ସୁରୁମାଲ ବେହେରା ବିଜୟୀ ହୋଇଛନ୍ତି।

ବାଲେଶ୍ୱରରେ ୧୦ଟି ଜିଲ୍ଲା ପରିଷଦ ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହୋଇଥିବା ବେଳେ ୯ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ଆସନ ଯାଇଛି କଂଗ୍ରେସ ହାତକୁ।

ଗଞ୍ଜାମରେ ଆଜି ୧୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ୧୨ଟିରେ ବିଜୟୀ ହୋଇଛି ବିଜେଡି। ବିଜେପିକୁ ୨ଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି।

ଅନୁଗୋଳରେ ୬ଟି ଆସନରୁ ବିଜେପି ୫ଟି ଜିତି ନେଇଥିବା ବେଳେ ବିଜେଡି ମାତ୍ର ଗୋଟିଏ ପାଇଛି। ବଲାଙ୍ଗିରରେ ମଧ୍ୟ ସମାନ ଅବସ୍ଥା। ଆଜି ୭ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ବିଜେପି ୬ଟି ଜିତିଛି ଓ ବିଜେଡି ମାତ୍ର ଗୋଟିଏ ଜିତିଛି।

କଳାହାଣ୍ଡିରେ ବିଜେପିର କ୍ଲିନ୍‌ସୁଇପ୍‌

କଳାହାଣ୍ଡିର ୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଆଜି ଭୋଟ୍ ଗ୍ରହଣ ହୋଇଥିଲା। କୋକସରାର ୩ଟି, ଧର୍ମଗଡ଼ର ୩ଟି ଓ ଜୟପାଟଣାର ୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ସବୁ ତକ ଆସନରେ ବାଜି ମାରି ନେଇଛନ୍ତି ବିଜେପି ପ୍ରାର୍ଥୀ।

 

 

 

Related story