ନିର୍ବାଚନରେ ଘଟିଥିବା ହିଂସାର ବିଚାର ବିଭାଗୀୟ ତଦନ୍ତ କରାଯାଉ: ସୁରେଶ ପୂଜାରୀ

ସମ୍ୱଲପୁର: ପଞ୍ଚାୟତ ନିର୍ବାଚନରେ ଘଟିଥିବା ହିଂସା ଘଟଣା ଓଡ଼ିଶା ଇତିହାସରେ ଏକ କଳିଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଯଦି ନବୀନ ପଟ୍ଟନାୟକଙ୍କର ସତ୍‌ ସାହସ ଅଛି ତାହାହେଲେ ପଞ୍ଚାୟତ ନିର୍ବାଚନରେ ଘଟିଥିବା ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତର ଆଦେଶ ଦିଅନ୍ତୁ। ବିଜେପି ସେହି ବିଚାର ବିଭାଗୀୟ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ବିଜେଡି ମଧ୍ୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉ ବୋଲି ଆଜି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି। ସମ୍ୱଲପୁରରେ ଆୟୋଜିତ ଏକ […]

suresh pujari

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 04:21 PM IST

ସମ୍ୱଲପୁର: ପଞ୍ଚାୟତ ନିର୍ବାଚନରେ ଘଟିଥିବା ହିଂସା ଘଟଣା ଓଡ଼ିଶା ଇତିହାସରେ ଏକ କଳିଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଯଦି ନବୀନ ପଟ୍ଟନାୟକଙ୍କର ସତ୍‌ ସାହସ ଅଛି ତାହାହେଲେ ପଞ୍ଚାୟତ ନିର୍ବାଚନରେ ଘଟିଥିବା ହିଂସାକାଣ୍ଡର ବିଚାର ବିଭାଗୀୟ ତଦନ୍ତର ଆଦେଶ ଦିଅନ୍ତୁ। ବିଜେପି ସେହି ବିଚାର ବିଭାଗୀୟ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ବିଜେଡି ମଧ୍ୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉ ବୋଲି ଆଜି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି।

ସମ୍ୱଲପୁରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂଜାରୀ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ଯେଉଁ ହିଂସାକାଣ୍ଡ ଘଟିଛି ତାହାର ବିଚାର ବିଭାଗୀୟ ତଦନ୍ତ ସୁପ୍ରିମକୋର୍ଟଙ୍କ ଅନୁମତିରେ ସିଟିଂ ଜଜଙ୍କ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନବୀନ ବାବୁ କରାନ୍ତୁ। କିଏ ଅପରାଧୀ ଓ କିଏ ଅପରାଧୀ ନୁହେଁ ତାହା ଓଡ଼ିଶାବାସୀ ସ୍ପଷ୍ଟ ଭାବେ ଜାଣିପାରିବେ।”

ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ଅଫିସରମାନେ କାମ କରୁଛନ୍ତି। ଏହି କାମ କରିବାକୁ ତଳସ୍ତରର ଅଫିସରଙ୍କୁ ଉପର ଅଫିସରମାନେ ନିର୍ଦ୍ଦେଶ ଦେଉଛନ୍ତି। ଏହାର ପ୍ରମାଣ ହ୍ୱାଟ୍ସଆପ୍‌ ମାଧ୍ୟମରେ ଯାଇଥିବା ମେସେଜରୁ ଜଣାପଡ଼ିଛି। ଯେଉଁ ମେସେଜ ଗୁଡ଼ିକୁ ଗତକାଲି ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇଛି। ଯଦି ଅଫିସର ଓ ଜିଲ୍ଲାପାଳଙ୍କ ଫୋନ୍‌ ରେକର୍ଡ ଏବଂ ହ୍ୱାଟ୍ସଆପ୍‌ ମେସେଜକୁ ଦେଖାଯାଏ ତାହା ହେଲେ ନିର୍ବାଚନରେ ଏମାନଙ୍କ ଭୂମିକା ସ୍ପଷ୍ଟ ହୋଇଯିବ।”

Related story