ପଞ୍ଚାୟତ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହେବ ମଦ ଦୋକାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ମଦ କାରବାର ବନ୍ଦ ରହିବ। ଆଜି ଏନେଇ ରାଜ୍ୟ ଅବକାରୀ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭୋଟ ଗ୍ରହଣର ୨ ଦିନ ପୂର୍ବରୁ ଅର୍ଥାତ ୪୮ ଘଣ୍ଟା ପୂର୍ବରୁ ସବୁ ପ୍ରକାର ଅବକାରୀ ସାମଗ୍ରୀ ବିକ୍ରୀ, ପରିବହନ ଓ କାରବାର ବନ୍ଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ବେଳେ ମଦ ଦେଇ ଲୋକଙ୍କୁ ପ୍ରଭାବିତ କରାଯାଉଥିବା ପ୍ରାୟ ସବୁ ଦଳ ଅଭିଯୋଗ କରିଛନ୍ତି। ମଦ ଭାଟି […]

mada

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 07:43 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ମଦ କାରବାର ବନ୍ଦ ରହିବ। ଆଜି ଏନେଇ ରାଜ୍ୟ ଅବକାରୀ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭୋଟ ଗ୍ରହଣର ୨ ଦିନ ପୂର୍ବରୁ ଅର୍ଥାତ ୪୮ ଘଣ୍ଟା ପୂର୍ବରୁ ସବୁ ପ୍ରକାର ଅବକାରୀ ସାମଗ୍ରୀ ବିକ୍ରୀ, ପରିବହନ ଓ କାରବାର ବନ୍ଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ବେଳେ ମଦ ଦେଇ ଲୋକଙ୍କୁ ପ୍ରଭାବିତ କରାଯାଉଥିବା ପ୍ରାୟ ସବୁ ଦଳ ଅଭିଯୋଗ କରିଛନ୍ତି। ମଦ ଭାଟି ଓ ବିଦେଶୀ ମଦ ଦୋକାନରେ ବିକ୍ରୀ ବଢିଛି। ଏପରିକି ପାନ ଦୋକାନରେ ମଧ୍ୟ ଖୁଲମ୍‌ ଖୁଲା ମଦ ବିକ୍ରି ହେଉଛି। ଆଗକୁ ମଦ କାରବାର ଆହୁରି ବଢିବାର ଆଶଙ୍କା ରହିଛି। ଯାହା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନର ଦୁଇଦିନ ପୂର୍ବରୁ ଏହି ଆଦେଶକୁ ପାଳନ କରିବାକୁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲ, ପାନ୍ଥଶାଳା, ଖାଇବା ସ୍ଥାନ, ବ୍ଲକ, ଜିଲ୍ଲା ପରଷଦ ଜୋନର ଘରୋଇ ଓ ସାର୍ବଜନୀନ ସ୍ଥାନରେ ମଦ କାରବାର ବନ୍ଦ ରଖିବାକୁ କୁହାଯାଇଛି।

ଡେପୁଟି ଅବକାରୀ କମିଶନର ଏମ୍‌.କେ. ଦାସ କହିଛନ୍ତି,“ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଓ ନିର୍ବାଚନ ପରେ ଗୋଟିଏ ଦିନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ମାଦକ ଦ୍ରବ୍ୟ ବିକ୍ରି ବନ୍ଦ କରାଯାଇଛି। ମୋବାଇଲ୍‌ ସ୍କ୍ୱାର୍ଡ ଜିଲ୍ଲା ଗୁଡିକରେ ଚଢାଉ ଜାରି ରଖିଛନ୍ତି।”

Related story