ପଞ୍ଚାୟତ ନିର୍ବାଚନ: ପର୍ଯ୍ୟବେକ୍ଷକଙ୍କୁ ଟିପ୍ସ ଦେଲେ ନବୀନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବିଜେଡିର ପର୍ଯ୍ୟବେକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ଲକ ଓ ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକମାନଙ୍କୁ ଦଳର ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ନବୀନ କହିଥିଲେ,“ପର୍ଯ୍ୟବେକ୍ଷକମାନଙ୍କ ଦକ୍ଷତା ଉପରେ ମୋର ବିଶ୍ୱାସ ଅଛି। ସଫଳତାର ପୁନରାବୃତ୍ତି ହେବ।” ବିଶେଷ କରି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ, ଭୋଟରଙ୍କୁ କିପରି […]

navven

Rakesh Mallick
  • Published: Friday, 27 January 2017
  • , Updated: 01 February 2017, 04:23 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବିଜେଡିର ପର୍ଯ୍ୟବେକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବ୍ଲକ ଓ ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକମାନଙ୍କୁ ଦଳର ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ନବୀନ କହିଥିଲେ,“ପର୍ଯ୍ୟବେକ୍ଷକମାନଙ୍କ ଦକ୍ଷତା ଉପରେ ମୋର ବିଶ୍ୱାସ ଅଛି। ସଫଳତାର ପୁନରାବୃତ୍ତି ହେବ।”

ବିଶେଷ କରି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ, ଭୋଟରଙ୍କୁ କିପରି ଆକୃଷ୍ଟ କରିବେ ସେ ସମ୍ପର୍କରେ ନବୀନ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳା କଥା ମଧ୍ୟ ଉଠାଇ ଥିଲେ। ସେ କହିଥିଲେ,“ମହାନଦୀ, ପୋଲାଭରମ ସହ ଆଦିବାସୀ ଓ ପଛୁଆ ଅଞ୍ଚଳର ବିକାଶରେ କେନ୍ଦ୍ର ଓଡ଼ିଶାର ସ୍ୱାର୍ଥ ବିରୋଧୀ କାମ କରୁଛି।”

ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଅବହେଳା ନେଇ ଦଳ ଲୋକଙ୍କ ନିକଟକୁ ଯିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ।

Related story