ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ୬,୩୮୫ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଆଜି ପ୍ରଥମ ଦିନରେ ୬୩୮୫ ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୩୧ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଝାରସୁଗୁଡାରେ ସର୍ବନିମ୍ନ ୭ ଜଣ ଦାଖଲ କରିଛନ୍ତି। ୱାର୍ଡମେମ୍ବରରେ ୪୭୩୩ ଜଣ, ସରପଞ୍ଚରେ ୧୦୭୧ ଜଣ, ସମିତିସଭ୍ୟରେ ୫୪୩ ଓ ଜିଲ୍ଲା ପରିଷଦରେ ୩୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। […]

ecs

Rakesh Mallick
  • Published: Wednesday, 11 January 2017
  • , Updated: 01 February 2017, 04:38 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ଆଜି ପ୍ରଥମ ଦିନରେ ୬୩୮୫ ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୩୧ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଝାରସୁଗୁଡାରେ ସର୍ବନିମ୍ନ ୭ ଜଣ ଦାଖଲ କରିଛନ୍ତି। ୱାର୍ଡମେମ୍ବରରେ ୪୭୩୩ ଜଣ, ସରପଞ୍ଚରେ ୧୦୭୧ ଜଣ, ସମିତିସଭ୍ୟରେ ୫୪୩ ଓ ଜିଲ୍ଲା ପରିଷଦରେ ୩୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି,“୧୧ରୁ ୧୭ ତାରିଖ ମଧ୍ୟରେ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଆଶାୟୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ। ସରପଞ୍ଚ ଓ ୱାର୍ଡମେମ୍ବର ପଦ ପାଇଁ ଆଶାୟୀ ଥିବା ବ୍ୟକ୍ତିମାନେ ସେମାନଙ୍କ ନାମାଙ୍କନପତ୍ର ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ସେମାନଙ୍କ ନାମାଙ୍କନପତ୍ର ଗ୍ରହଣ କରିବା ପାଇଁ ବ୍ଲକ୍ ସଂପ୍ରସାରଣ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପଞ୍ଚାୟତ ସମିତି ସଭ୍ୟ ଆଶାୟୀମାନେ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟରେ ବିଡିଓଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ଜିଲ୍ଲା ପରିଷଦ ସଭ୍ୟ ଆଶାୟୀମାନେ ସବ୍‌ଡିଭିଜନ୍ ଅବା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେମାନେ ସବ୍‌କଲେକ୍ଟର, ଏଡିଏମ୍, ପିଡି ଡିଆର୍‌ଡିଏ ଓ ଏହି ସ୍ତରର ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିପାରିବେ।”

୧୮ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ହେଉଛି ଜାନୁଆରୀ ୨୧।  ସେହିଦିନ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଦିନ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

 

Related story