ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଦେଇ ପପୁ ପୁଣି ଅଡୁଆରେ

ପୁରୀ: ପୁଣି ଅଡୁଆରେ ପଡ଼ିଛନ୍ତି ଅଭିନେତା ପପୁ ପମ୍‌ପମ୍‌। ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଜି ପୁରୀରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ସମୁଦ୍ରକୂଳ ଥାନାରେ ପପୁଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ପପୁ ସିଂହଦ୍ୱାରରେ ଶ୍ରୀଜଗନ୍ନାଥଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେନା ଦାବି କରିଥିଲା। ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି,“ଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ଅପମାନ ଦିଆଯାଇଛି। ଏହା ଓଡ଼ିଆ ଜାତି, ହିନ୍ଦୁ ଓ […]

papu pam pam

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 05:00 PM IST

ପୁରୀ: ପୁଣି ଅଡୁଆରେ ପଡ଼ିଛନ୍ତି ଅଭିନେତା ପପୁ ପମ୍‌ପମ୍‌। ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ଅସମ୍ମାନ ସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଜି ପୁରୀରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନେଇ ସମୁଦ୍ରକୂଳ ଥାନାରେ ପପୁଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।

ପପୁ ସିଂହଦ୍ୱାରରେ ଶ୍ରୀଜଗନ୍ନାଥଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେନା ଦାବି କରିଥିଲା।

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି,“ଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ଅପମାନ ଦିଆଯାଇଛି। ଏହା ଓଡ଼ିଆ ଜାତି, ହିନ୍ଦୁ ଓ ସନାତନ ଧର୍ମ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଅପମାନ। ଏହା ଧାର୍ମିକ ଭାବନାକୁ କୋଠାରଘାତ କରିଛି। ମହାପ୍ରଭୁଙ୍କ ମସ୍ତକରେ  ପୂଜା  ପାଉଥିବା ମା’ ବୃନ୍ଦାବତୀଙ୍କୁ ଅସମ୍ମାନ କରାଯାଇଛି। ପପୁଙ୍କୁ ଗିରଫ ଯାଇ ଜେଲ ପଠାଯାଉ।”

Related story