ଜାମିନ ପରେ ଜେଲ୍‌ରୁ ବାହାରିଲେ ପପୁ ପମ୍‌ପମ୍‌

କଟକ: ନାବାଳିକା କାଷ୍ଟିଂ କାଉଚ୍‌ ମାମଲାରେ ଗିରଫ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି। ଜାମିନ ମିଳିବା ପରେ ଆଜି ସନ୍ଧ୍ୟାରେ ପପୁ ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କୁ ମଧ୍ୟ ଜାମିନ ମିଳିଛି। ଜାମିନ ପାଇଁ ହାଇକୋର୍ଟ କିଛି ସର୍ତ୍ତ ରଖିଛନ୍ତି। ମାମଲାରେ ଜଡ଼ିତ ଥିବା ସାକ୍ଷୀଙ୍କୁ ଧମକଚମକ ନ ଦେବା ସହିତ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ଉଭୟଙ୍କୁ କହିଛନ୍ତି। ପପୁ ଓ ପ୍ରଦୀପ୍ତଙ୍କ ଜାମିନ୍‌ ଆବେଦନ ଉପରେ […]

pradeep and papu

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 10:15 PM IST

କଟକ: ନାବାଳିକା କାଷ୍ଟିଂ କାଉଚ୍‌ ମାମଲାରେ ଗିରଫ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି। ଜାମିନ ମିଳିବା ପରେ ଆଜି ସନ୍ଧ୍ୟାରେ ପପୁ ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ପପୁଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କୁ ମଧ୍ୟ ଜାମିନ ମିଳିଛି।

ଜାମିନ ପାଇଁ ହାଇକୋର୍ଟ କିଛି ସର୍ତ୍ତ ରଖିଛନ୍ତି। ମାମଲାରେ ଜଡ଼ିତ ଥିବା ସାକ୍ଷୀଙ୍କୁ ଧମକଚମକ ନ ଦେବା ସହିତ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ଉଭୟଙ୍କୁ କହିଛନ୍ତି।

ପପୁ ଓ ପ୍ରଦୀପ୍ତଙ୍କ ଜାମିନ୍‌ ଆବେଦନ ଉପରେ ଗତକାଲି ହାଇକୋର୍ଟରେ ଶୁଣାଣି ଶେଷ ହୋଇଥିଲା। କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ରାୟ ପ୍ରକାଶ କଲେ।

ଗତ ୩ ତାରିଖରେ ହାଇକୋର୍ଟରେ ପପୁଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ମାମଲାର କେସ୍ ଡାଏରୀ ଦାଖଲ ହୋଇ ନ ଥିବାରୁ ଶୁଣାଣି ହୋଇପାରି ନ ଥିଲା।

ଜୁନ୍ ୩୦ ତାରିଖରେ ପୁରୀର ନନ୍ଦିଘୋଷ ଆପାର୍ଟମେଣ୍ଟରୁ ପପୁ ଓ ପ୍ରଦୀପ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍‌ର ସ୍ପେଶାଲ୍ ସ୍କ୍ୱାଡ୍।

ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ପପୁ ଓ ପ୍ରଦୀପ୍ତଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ତା’ପରେ ସେମାନେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ।

ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଯିବୁ ବୋଲି ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି। ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି, “ଆମେ ଆଇନଜୀବୀ ଓ ପୋଲିସ ଅଧିକାରୀମାନଙ୍କ ସହ ପରାମର୍ଶ କରୁଛି। ପୀଡ଼ିତା କିପରି ସୁରକ୍ଷିତ ରହିବ, ତା’ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ ଓ ତଦନ୍ତ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ନ ହେବ ସେ ନେଇ ଆମେ ସଚେତନ ଅଛୁ।”

Related story