ପାରାଦୀପ: ଗୁଳିମାଡ଼ରେ ସୁପରଭାଇଜର ଗୁରୁତର

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ ନିର୍ମାଣାଧୀନ ପ୍ଲାଷ୍ଟିକ୍ ପାର୍କ ସାଇଟ୍‌ରେ ଗୁଳିମାଡ଼ରେ ଜଣେ ସୁପରଭାଇଜର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଜିତେନ୍ଦ୍ର ପ୍ରଧାନ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରାଦୀପ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ କେଉଁ କାରଣରୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୋଗ ଅନୁଯାୟୀ, ୩ […]

paradeep

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 06:29 PM IST

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ ନିର୍ମାଣାଧୀନ ପ୍ଲାଷ୍ଟିକ୍ ପାର୍କ ସାଇଟ୍‌ରେ ଗୁଳିମାଡ଼ରେ ଜଣେ ସୁପରଭାଇଜର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଜିତେନ୍ଦ୍ର ପ୍ରଧାନ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାରାଦୀପ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ କେଉଁ କାରଣରୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଅଭିଯୋଗ ଅନୁଯାୟୀ, ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ନିର୍ମାଣାଧୀନ ପ୍ଲାଷ୍ଟିକ୍ ପାର୍କ ପରିସରରେ ଥିବା ଜଣେ ଠିକାଦାରଙ୍କ କ୍ୟାମ୍ପକୁ ଆସି ଉପସ୍ଥିତ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ତା’ପରେ ସେମାନେ କ୍ୟାମ୍ପରେ ଥିବା ବିଭିନ୍ନ ଯନ୍ତ୍ରପାତି ଉପରେ ବୋମାମାଡ଼ କରିଥିଲେ। ସେଠାରେ ଉପସ୍ଥିତ ଜିତେନ୍ଦ୍ର ଏହାର ପ୍ରତିବାଦ କରିଥିଲେ। ତେଣୁ ସେମାନେ ତାଙ୍କୁ ମାରପିଟ କରିବା ସହିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

Related story