ସିୱେଜ୍ କମ୍ପାନୀ ଜିଏମ୍‌ ହତ୍ୟା ମାମଲା: ରାକେଶ ଚୌବେଙ୍କୁ ୩ ଦିନ ରିମାଣ୍ଡରେ ନେଲା ପୋଲିସ୍‌

ପାରାଦୀପ: ପାରାଦୀପ ସିୱେଜ୍ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କୁ ଆଜି ୩ ଦିନ ରିମାଣ୍ଡରେ ନେଇଛି ପାରାଦୀପ ପୋଲିସ୍‌। ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କଲେ ବହୁ ତଥ୍ୟ ବାହାରିବ ବୋଲି ଆଶା କରାଯାଉଛି। ସିୱେଜ୍ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ବାପି ସର୍ଖେଲଙ୍କୁ ପୋଲିସ୍‌ ଗିରଫ କରିଥିଲା। ପରେ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫସିଙ୍କ କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ […]

paradip

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 04:26 PM IST

ପାରାଦୀପ: ପାରାଦୀପ ସିୱେଜ୍ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କୁ ଆଜି ୩ ଦିନ ରିମାଣ୍ଡରେ ନେଇଛି ପାରାଦୀପ ପୋଲିସ୍‌। ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କଲେ ବହୁ ତଥ୍ୟ ବାହାରିବ ବୋଲି ଆଶା କରାଯାଉଛି।

ସିୱେଜ୍ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ବାପି ସର୍ଖେଲଙ୍କୁ ପୋଲିସ୍‌ ଗିରଫ କରିଥିଲା। ପରେ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫସିଙ୍କ କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ନାଞ୍ଜୁର  ହୋଇଥିଲା।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ରାକେଶ ଚୌବେଙ୍କ ସହ ସଂପର୍କ ଅଭିଯୋଗରେ ପୋଲିସ୍‌ ଗୁରୁବାର ବାପିଙ୍କ ଅଫିସରେ ରେଡ୍‌ କରିବା ସହ ସିସିଟିଭି ଫୁଟେଜ୍‌  ଯାଞ୍ଚ କରିଥିଲା। ଏହାପରେ ପୋଲିସ୍‌ ତାଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିବାରୁ ସେ ରଘୁନାଥପୁର ଥାନାରେ ହାଜର ହୋଇଥିଲେ ।

Related story