ଚିକିତ୍ସା ପାଇଁ ଆଜି ଚେନ୍ନାଇ ଗଲେ ପାରଳା ମହାରାଜା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ଚିକିତ୍ସା ପାଇଁ ଆଜି ଚେନ୍ନାଇ ନିଆଯାଇଛି। ଗତକାଲି ରାତିରେ ମହାରାଜାଙ୍କୁ ଭାଇଜାଗ ନିଆଯାଇଥିଲା। ସେଠାରୁ ଆଜି ବିମାନ ଯୋଗେ ଚେନ୍ନାଇ ନିଆଯାଇଥିଲା। ମହାରାଜାଙ୍କ ପିଏ ଏବଂ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ତାଙ୍କ ସହିତ ଚେନ୍ନାଇ ଯାଇଛନ୍ତି। ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ପରାମର୍ଶ କ୍ରମେ ମହାରାଜାଙ୍କୁ ଚେନ୍ନାଇ ନେବାକୁ ନିଷ୍ପତ୍ତି […]

maharaj

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 07:47 PM IST

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ଚିକିତ୍ସା ପାଇଁ ଆଜି ଚେନ୍ନାଇ ନିଆଯାଇଛି। ଗତକାଲି ରାତିରେ ମହାରାଜାଙ୍କୁ ଭାଇଜାଗ ନିଆଯାଇଥିଲା। ସେଠାରୁ ଆଜି ବିମାନ ଯୋଗେ ଚେନ୍ନାଇ ନିଆଯାଇଥିଲା। ମହାରାଜାଙ୍କ ପିଏ ଏବଂ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ତାଙ୍କ ସହିତ ଚେନ୍ନାଇ ଯାଇଛନ୍ତି।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ପରାମର୍ଶ କ୍ରମେ ମହାରାଜାଙ୍କୁ ଚେନ୍ନାଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା।

ଗତକାଲି ପାରଳା ମହାରାଜା ନିଜ ନଅରରେ ନଜର ବନ୍ଦୀ ଥିବା ଖବର ମିଳିଥିଲା।  ମହାରାଜା ନଜରବନ୍ଦୀ ଥିବା ଖବର ପ୍ରଚାରିତ ହେବା ପରେ ତାଙ୍କୁ ଭେଟିବାକୁ ଶତାଧିକ ପାରଳାବାସୀ ନେତା ରାଜନଅରରେ ଏକାଠି ହୋଇଥିଲେ। ଅସୁସ୍ଥ ମହାରାଜାଙ୍କ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ।

Related story