ପାରଳାଖେମୁଣ୍ଡି ଗଣଆତ୍ମହତ୍ୟା ମାମଲା: କ୍ରାଇମବ୍ରାଞ୍ଚରେ ବିଧାୟକ କେ.ସୂରିୟା ରାଓ ହାଜର

କଟକ: ପାରଳା ପ୍ୟାଲେସ୍‌ ଗଣଆତ୍ମହତ୍ୟା ମାମଲାରେ ଗତକାଲିଠାରୁ କ୍ରାଇମବ୍ରାଞ୍ଚର ଜେରା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ହାଜର ହୋଇଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ବିଧାୟକ କେ.ସୂରିୟା ରାଓ। କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସେ ହାଜର ହୋଇଥିଲେ। ତାଙ୍କ ସହିତ ଆଉ ଦୁଇ ଜଣ ବି ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। ସେମାନେ ହେଲେ ବସନ୍ତ ଦାସ ଓ ମନୋରଞ୍ଜନ ବଡ଼ଘର। ବସନ୍ତ ଦାସ ହେଉଛନ୍ତି ଗଜପତି ଜିଲ୍ଲାର ପୂର୍ବତନ ବିଜେଡି ସଭାପତି। କ୍ରାଇମବ୍ରାଞ୍ଚରେ […]

suryarao

Rakesh Mallick
  • Published: Tuesday, 04 October 2016
  • , Updated: 05 October 2016, 11:22 AM IST

କଟକ: ପାରଳା ପ୍ୟାଲେସ୍‌ ଗଣଆତ୍ମହତ୍ୟା ମାମଲାରେ ଗତକାଲିଠାରୁ କ୍ରାଇମବ୍ରାଞ୍ଚର ଜେରା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ହାଜର ହୋଇଥିଲେ ପାରଳାଖେମୁଣ୍ଡିର କଂଗ୍ରେସ ବିଧାୟକ କେ.ସୂରିୟା ରାଓ। କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସେ ହାଜର ହୋଇଥିଲେ। ତାଙ୍କ ସହିତ ଆଉ ଦୁଇ ଜଣ ବି ଆଜି ଏହି ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। ସେମାନେ ହେଲେ ବସନ୍ତ ଦାସ ଓ ମନୋରଞ୍ଜନ ବଡ଼ଘର। ବସନ୍ତ ଦାସ ହେଉଛନ୍ତି ଗଜପତି ଜିଲ୍ଲାର ପୂର୍ବତନ ବିଜେଡି ସଭାପତି।

କ୍ରାଇମବ୍ରାଞ୍ଚରେ ହାଜର ହେବା ପରେ କେ. ସୂରିୟା ରାଓ ଗଣମାଧ୍ୟମକୁ କହିଥିଲେ,“ମୁଁ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଯାହା ପଚାରିଲେ ତା’ର ଜବାବ ଦେଲି। ମୁଁ ଦୋଷୀ ନୁହେଁ।”

ଗତକାଲି ପାରଳାଖେମୁଣ୍ଡି ପୌରପାଳିକାର କାଉନସିଲର୍‌ ବିଭୂତି ନାୟକ ଓ କଂଗ୍ରେସ ନେତା ସୁଧୀରଞ୍ଜନ ମହାପାତ୍ର କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଉଭୟଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ତେବେ କେଉଁ କେଉଁ ପ୍ରସଙ୍ଗରେ ସେମାନଙ୍କୁ ଜେରା କରାଯାଇଥିଲା ସେ ନେଇ କୌଣସି ସୂଚନା ନାହିଁ। ଉଭୟଙ୍କୁ ଆତ୍ମହତ୍ୟା ଓ ପ୍ୟାଲେସ୍‌ରେ ମହାରାଜାଙ୍କୁ ନଜରବନ୍ଦୀ ରଖାଯିବା ନେଇ ହୋଇଥିବା ଅଭିଯୋଗ ଉପରେ ଜେରା କରାଯାଇଥିବା ସୂଚନା ମିଳିଛି।

ଏହି ମାମଲାରେ କ୍ରାଇମବ୍ରାଞ୍ଚ ମୋଟ ୯ ଜଣଙ୍କୁ ନୋଟିସ୍ ଜାରି କରିଛି।

ଏତଲା ଓ ସୁଇସାଇଡ୍‌ ନୋଟ୍‌ରେ ସୂରିୟାଙ୍କ ସମେତ କିଛି ବ୍ୟକ୍ତି ଏବଂ ସଂସ୍ଥାର ନାଁ ରହିଛି। ୪ ଜଣଙ୍କ ଆତ୍ମହତ୍ୟା ପଛରେ ଏମାନଙ୍କ ଭୂମିକା କ’ଣ ସେ ନେଇ କ୍ରାଇମବ୍ରାଞ୍ଚ ଜେରା କରିବ।

ଗତ ଅଗଷ୍ଟ ୨୧ ତାରିଖରେ ପାରଳା ପ୍ୟାଲେସ୍‌ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ସହ ୪ ଜଣ ଆତ୍ମହତ୍ୟା କରିଥିଲେ।

Related story