ବାଃବାଃରେ ବାପା ମାଆ: ଛୁଆକୁ ବିକି କିଣିଲେ ଶାଢ଼ି, ପାଉଁଜି ଓ ମୋବାଇଲ, ବାକି ପଇସାରେ ମଦ ପିଇଲେ

ଭଦ୍ରକ: ନିଜ ଛୁଆକୁ ବିକ୍ରି କରି ଶାଢ଼ି, ପାଉଁଜି ଓ ମୋବାଇଲ ଫୋନ କିଣିଲେ ଦମ୍ପତି।  ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସ୍ତଳ ଗାଁରେ।  ଗାଁର ପାଣ୍ଡିଆ ମୁଖି ଓ ତାଙ୍କ ସ୍ତ୍ରୀ ବର୍ଷା ମୁଖି ନିଜର ବର୍ଷକର ପୁଅକୁ ୨୫ ହଜାର ଟଙ୍କାରେ ବିକ୍ରି କରି ସେହି ଟଙ୍କାରେ ଶାଢ଼ି, ପାଉଁଜି ଓ ମୋବାଇଲ କିଣିଥିଲେ। ବଳକା ଅର୍ଥରେ ମଦ ପିଇଦେଇଥିଲେ। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ବିକ୍ରି ହୋଇଥିବା […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 11:35 AM IST

ଭଦ୍ରକ: ନିଜ ଛୁଆକୁ ବିକ୍ରି କରି ଶାଢ଼ି, ପାଉଁଜି ଓ ମୋବାଇଲ ଫୋନ କିଣିଲେ ଦମ୍ପତି।  ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସ୍ତଳ ଗାଁରେ।  ଗାଁର ପାଣ୍ଡିଆ ମୁଖି ଓ ତାଙ୍କ ସ୍ତ୍ରୀ ବର୍ଷା ମୁଖି ନିଜର ବର୍ଷକର ପୁଅକୁ ୨୫ ହଜାର ଟଙ୍କାରେ ବିକ୍ରି କରି ସେହି ଟଙ୍କାରେ ଶାଢ଼ି, ପାଉଁଜି ଓ ମୋବାଇଲ କିଣିଥିଲେ। ବଳକା ଅର୍ଥରେ ମଦ ପିଇଦେଇଥିଲେ। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ବିକ୍ରି ହୋଇଥିବା ଶିଶୁର କିଛି ସୂଚନା ମିଳି ନାହିଁ।

ପିଲା ବିକ୍ରି କରିଥିବା ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ପୋଲିସ ଆଗରେ ସ୍ୱୀକାର କରିଛନ୍ତି।  ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଶା ଶକ୍ତ ଅବସ୍ଥାରେ ଥିବାରୁ ଅଧିକ ତଦନ୍ତ ପାଇଁ ସେମାନଙ୍କ ଚାଇଲ୍ଡ  ଲାଇନ୍‌କୁ ପଠାଇଦିଆଯାଇଛି।

Related story