ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିଛି, ଶୀଘ୍ର ତାଲିକା ପ୍ରକାଶ କରାଯିବ: ପ୍ରସାଦ

ଭୁବନେଶ୍ୱର: କଂଗ୍ରେସରେ କୌଣସି ଫାଟ ନାହିଁ, ସମସ୍ତେ ଏକ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏକାଠି ହୋଇ ଲଢ଼ିବ। ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଅନୁଷ୍ଠିତ ପ୍ରାର୍ଥୀ ଚୟନ ଏବଂ ରଣନୀତି ପ୍ରସ୍ତୁତି ବୈଠକ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହା କହିଛନ୍ତି। ଦଳୀୟ ମତଭେଦ ପ୍ରସଙ୍ଗରେ ପ୍ରସାଦ କହିଛନ୍ତି,“ମହିଁଷି ସିଙ୍ଘ ଫଟା, ଜୁଝିଲା ବେଳକୁ ଗୋଟା। ଆଜି ପ୍ରାର୍ଥୀ ଚୟନ ସରିଛି। ଶୀଘ୍ର ଦଳ ସେମାନଙ୍କ ନାଁ ଘୋଷଣା କରିବ।” ସେ କହିଛନ୍ତି,“ପଞ୍ଚାୟତ ସ୍ତରରୁ […]

congress

Rakesh Mallick
  • Published: Tuesday, 10 January 2017
  • , Updated: 01 February 2017, 04:39 PM IST

ଭୁବନେଶ୍ୱର: କଂଗ୍ରେସରେ କୌଣସି ଫାଟ ନାହିଁ, ସମସ୍ତେ ଏକ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏକାଠି ହୋଇ ଲଢ଼ିବ। ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଅନୁଷ୍ଠିତ ପ୍ରାର୍ଥୀ ଚୟନ ଏବଂ ରଣନୀତି ପ୍ରସ୍ତୁତି ବୈଠକ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହା କହିଛନ୍ତି।

ଦଳୀୟ ମତଭେଦ ପ୍ରସଙ୍ଗରେ ପ୍ରସାଦ କହିଛନ୍ତି,“ମହିଁଷି ସିଙ୍ଘ ଫଟା, ଜୁଝିଲା ବେଳକୁ ଗୋଟା। ଆଜି ପ୍ରାର୍ଥୀ ଚୟନ ସରିଛି। ଶୀଘ୍ର ଦଳ ସେମାନଙ୍କ ନାଁ ଘୋଷଣା କରିବ।”

ସେ କହିଛନ୍ତି,“ପଞ୍ଚାୟତ ସ୍ତରରୁ ଯେଉଁ ପ୍ରସ୍ତାବ ଆସିଥିଲା ଆଜି ପ୍ରଦେଶ ପଞ୍ଚାୟତ ନିର୍ବାଚନ କମିଟି ଅନୁମୋଦନ କରିଛନ୍ତି। ଆମେ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ପ୍ରାର୍ଥିପତ୍ର ଯାଞ୍ଚ ହୋଇ ଚୂଡାନ୍ତ ତାଲିକା ନିର୍ବାଚନ କମିଶନ ଘୋଷଣା କରିବା ପରେ ଆମ ପ୍ରଚାର ଅଭିଯାନ ବ୍ୟାପକ କରିବୁ। ୧୭ ବର୍ଷର ଅପାରଗ ବିଜେଡି ସରକାର ଓ ଅଢେଇ ବର୍ଷର କେନ୍ଦ୍ର ସରକାରରେ ନରେନ୍ଦ୍ର ମୋଦିଙ୍କ ଲୋକ ବିରୋଧୀ ନୀତି ଯୋଗୁଁ ଲୋକେ କିପରି ହନ୍ତସନ୍ତ ହେଉଛନ୍ତି ତାକୁ ନେଇ ଜନତାଙ୍କ ପାଖକୁ ଯିବୁ। ଲୋକଙ୍କ ହକ୍‌ ପାଇଁ ଆମର ଏ ଲଢ଼େଇ ଜରି ରହିବ।”

ବୈଠକରେ ଦଳର ୩୫ ଜଣ ବରିଷ୍ଠ ନେତା ଯୋଗଦେଇ ମାନସମନ୍ଥନ କରିଥିଲେ। ବ୍ଲକ ନିର୍ବାଚନ କମିଟି ଓ ଜିଲ୍ଲା ନିର୍ବାଚନ କମିଟିଙ୍କ ସୁପାରିସ ଆଧାରରେ ପ୍ରାର୍ଥୀ ତାଲିକା ଚୂଡାନ୍ତ କରାଯାଉଛି। ପିସିସି ନିର୍ବାଚନ କମିଟିରେ ବିରୋଧୀ ଦଳ ନେତାଙ୍କ ସମେତ ୪ ଜଣ ବିଧାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

Related story