ପଟ୍ଟାମୁଣ୍ଡାଇ: ଦେଉଳି ଗାଁରେ ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଉଳିଗାଁରେ ମଙ୍ଗଳବାର ପୋଖରୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।  କୁମାରୀ ପୂର୍ଣ୍ଣମୀ ଲାଗି ଏହି ଝିଅମାନେ ପୋଖରୀକୁ ଫୁଲ ତୋଳିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ପୋଖରୀରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରୀ ପୂଜାରିଣୀ ବେହେରା ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ସୁଭଦ୍ରା ବେହେରା ପ୍ରାଣ ହରାଇଛନ୍ତି। ସେମାନଙ୍କୁ ବଞ୍ଚାଇବାକୁ ଯାଇ ପୂଜାଙ୍କ ବଡଉଭଣୀ ମଞ୍ଜୁଲତା […]

child death..

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 12:22 PM IST

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଉଳିଗାଁରେ ମଙ୍ଗଳବାର ପୋଖରୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।  କୁମାରୀ ପୂର୍ଣ୍ଣମୀ ଲାଗି ଏହି ଝିଅମାନେ ପୋଖରୀକୁ ଫୁଲ ତୋଳିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ପୋଖରୀରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରୀ ପୂଜାରିଣୀ ବେହେରା ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ସୁଭଦ୍ରା ବେହେରା ପ୍ରାଣ ହରାଇଛନ୍ତି। ସେମାନଙ୍କୁ ବଞ୍ଚାଇବାକୁ ଯାଇ ପୂଜାଙ୍କ ବଡଉଭଣୀ ମଞ୍ଜୁଲତା ମଧ୍ୟ ବୁଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Related story