ରାସ୍ତା ନ ଥିବାରୁ ଅଧାରୁ ଅଟକିଲା ଆମ୍ବୁଲାନ୍ସ: ଗୋଟିଏ କିଲୋମିଟର ଚାଲିଲେ ପ୍ରସୂତି

ନବରଙ୍ଗପୁର: ପୁଣି ଜନନୀକୁ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ଗାଁକୁ ରାସ୍ତା ନ ଥିବାରୁ ଗୋଟିଏ କିଲୋମିଟର କାଦୁଅ ରାସ୍ତାରେ ପ୍ରସୂତିକୁ ଚାଲି ଚାଲି  ଯିବାକୁ ପଡ଼ିଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମୁରଲାବାଇ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗାଁର କସ୍ତୁରୀ ଜାନି ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ମୁରଲାବାଇ ଗାଁକୁ ରାସ୍ତା ନ ଥିବାରୁ […]

nn,,

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 01:01 PM IST

ନବରଙ୍ଗପୁର: ପୁଣି ଜନନୀକୁ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ଗାଁକୁ ରାସ୍ତା ନ ଥିବାରୁ ଗୋଟିଏ କିଲୋମିଟର କାଦୁଅ ରାସ୍ତାରେ ପ୍ରସୂତିକୁ ଚାଲି ଚାଲି  ଯିବାକୁ ପଡ଼ିଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମୁରଲାବାଇ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଏହି ଗାଁର କସ୍ତୁରୀ ଜାନି ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ମୁରଲାବାଇ ଗାଁକୁ ରାସ୍ତା ନ ଥିବାରୁ ଘର ପାଖରେ ପହଞ୍ଚି ପାରି ନ ଥିଲା। ଫଳରେ କାଦୁଅ ରାସ୍ତାରେ ଏକ କିଲୋମିଟର ବାଟ ଚାଲି ଆସିଥିଲେ ପ୍ରସୂତି। ପ୍ରସୂତିଙ୍କୁ ତାଙ୍କ ସମ୍ପର୍କୀୟମାନେ ଅତି ଦୟନୀୟ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ସେଠାରୁ ମହିଳାଙ୍କୁ ସ୍ଥାନୀୟ ଡଙ୍ଗରଭେଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହିଳା ଓ ନବଜାତ ଶିଶୁର ଅବସ୍ଥା ଭଲ ଥିବା ଜଣାପଡ଼ିଛି।

https://www.youtube.com/watch?v=kYPAa_c2M_4

Related story