ପଶ୍ଚିମବଙ୍ଗ ବାଲିମାଫିଆଙ୍କ ଦବଙ୍ଗଗିରି: ଢେଲା ମାଡ଼ ଡରେ ପଳାଇ ଆସିଲେ ତହସିଲଦାର ଓ ଓଡ଼ିଶା ପୋଲିସ
ଜଳେଶ୍ୱର: ଓଡ଼ିଶା ସୀମାରେ ଦେଖିବାକୁ ମିଳିଛି ପଶ୍ଚିବବଙ୍ଗ ବାଲି ମାଫିଆଙ୍କ ଦବଙ୍ଗଗିରି। ଓଡ଼ିଶା ପୋଲିସକୁ ଢେଲା ମାରି ଘଉଡାଇ ଦେଇଛନ୍ତି। ସତେ ଯେମିତି ଇଲାକା ତାଙ୍କର ଓ ତାଙ୍କ ବିନା ଅନୁମତିରେ ସେଠାରେ କେହି ପ୍ରବେଶ କରି ପାରିବେ ନାହିଁ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ମାକେଡିଆ ଅଞ୍ଚଳରେ। ପଶ୍ଚିମବଙ୍ଗର ବାଲି ଚୋରଙ୍କୁ ଘଉଡାଇବାକୁ ଯାଇଥିବା ତହସିଲ କର୍ମଚାରୀ ଓ ପୋଲିସକୁ ସେମାନେ ନଦୀ ପାର ହୋଇ ବାଲି ଚୋରି ସ୍ଥାନକୁ ଯିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଚୋରଙ୍କୁ ଘଉଡାଇବାକୁ ଯାଇଥିବା ଏହି ଅଧିକାରୀମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଛନ୍ତି। ଯାହାକୁ ନେଇ ମାକେଡିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ତହସିଲ ଓ ପୋଲିସର ଏପରି ବିଫଳତା ପ୍ରତିବାଦରେ ଲୋକେ ସେମାନଙ୍କୁ ଅଟକ ରଖିଥିଲେ।
[vc_video link="" align="center"]
ବାଲି ମାଫିଆଙ୍କ ଦାଦାଗିରି ଏବଂ ପୋଲିସ ଓ ତହସିଲ କର୍ମଚାରୀଙ୍କ ବିଫଳତାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। କୌଣସି ବ୍ୟବସ୍ଥା ନ କରି ପୋଲିସ ଫୋର୍ସ କାହିଁକି ଆସିଥିଲା ଅଭିଯୋଗ କରି ଅଞ୍ଚଳବାସୀ ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀ ଓ ପୋଲିସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ।
ଉପଯୁକ୍ତ ଟିୟର ଗ୍ୟାସ କି ବନ୍ଧୁକ ନ ଥିବାରୁ ବାଲି ମାଫିଆଙ୍କୁ ପ୍ରତିରୋଧ କରାଯାଇ ପାରି ନ ଥିବା ତହସିଲଦାର କହିଛନ୍ତି।
Ordigital Desk
  • Published: Sunday, 11 June 2017
  • Updated: 11 June 2017, 06:02 PM IST
Sports
Latest News
[vc_video link="" align="center"]
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos