ଚକଡ଼ା ଚରିବା ଦୋଷ ନେବ କିଏ ? କେନ୍ଦ୍ର ବ୍ୟାନ କରିଥିବା କୀଟନାଶକ ପକାଇବାକୁ କହିଥିଲା ରାଜ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୀଟନାଶକ ବ୍ୟବହାରକୁ କେନ୍ଦ୍ର ବ୍ୟାନ କଲା। ହେଲେ ରାଜ୍ୟ ଚାଷୀଙ୍କୁ କହିଲା ଚକଡା ମାରିବାକୁ ବ୍ୟବହାର କର। କେନ୍ଦ୍ର ମନ୍ତ୍ରୀ ଆସି କହିଲେ ରାଜ୍ୟ କହିଥିବା କୀଟନାଶକ ପକେଇଲେ ଚକଡା ମରିବେନି ବରଂ ବଢିବେ। ରାଜ୍ୟ କିନ୍ତୁ ଏକଥାକୁ ମାନିଲାନି, ଆଉ ରାଜ୍ୟ ଯେଉଁ କୀଟନାଶକ ବ୍ୟାନ କଲା, ତାହା ବଜାରରେ ଖୁଲମଖୁଲା ବିକ୍ରି ହେଉଛି। ଏସବୁ ଦ୍ୱନ୍ଦ୍ୱ ଭିତରେ କୀଟନାଶକ କାରବାରରେ ବଡଧରଣର ଘୋଟାଲର ଗନ୍ଧ ବାରୁଛି ଚାଷୀ ସଂଗଠନ। ଏହାକୁ ନେଇ ଓଡ଼ିଶା ରିପୋର୍ଟରର ବିଶେଷ ଉପସ୍ଥାପନା।

ଚକଡା ଚାଷ ଜମିରେ ଚରିବା ପରେ ଡେରିରେ ଚେତିଥିଲେ ସରକାର। ଚକଡା ମାରିବାକୁ ନଭେମ୍ବର ୫ରେ ରାଜ୍ୟ କୃଷି ନିର୍ଦ୍ଦେଶାଳୟ କୀଟନାଶକ ପ୍ରକାଶ କରିଥିଲା। ଏହି ତାଲିକାର ୧୧ ନମ୍ବରରେ ଅଛି ଡାଇକ୍ଲୋରଭସ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୬ ଡିସେମ୍ବର ୧୫ରେ ଏହି କୀଟନାଶକ ବ୍ୟାନ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କେନ୍ଦ୍ର ୧୮ଟି କୀଟନାଶକ ବ୍ୟାନ କରିଥିବା ବେଳେ ଏହି ତାଳିକର ୧୪ ନମ୍ବରରେ ରହିଛି ଡାଇକ୍ଲୋରଭସ୍।

କେନ୍ଦ୍ର ବ୍ୟାନ କରିଥିବା ଆଉ ଏକ କୀଟନାଶକ ହେଲ ଥିଆମେଟ। ପଶ୍ଚିମ ଓଡିଶାରେ ଏହାକୁ ବହୁଳ ବ୍ୟବହାର କରୁଛନ୍ତି ଚାଷୀ। କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ ବରଗଡ ଗସ୍ତ ବେଳେ ଏହି କୀଟନାଶକକୁ ନେଇ ରାଜ୍ୟକୁ ଟାର୍ଗେଟ କରିଥିଲେ। ଏହାକୁ ପକାଇଲେ ଚକଡା ମରିବେନି ବରଂ ବଢିବେ ବୋଲି କହିଥିଲେ।

କେନ୍ଦ୍ର ବ୍ୟାନ କରିଥିବା କୀଟନାଶକ ସଂପର୍କରେ ରାଜ୍ୟ ପାଖରେ ଯେ ଖବର ନାହିଁ, ତା ନୁହେଁ।  ରାଜ୍ୟ କୃଷି ବିଭାଗର କହିବା କଥା ବିଶେଷଜ୍ଞଙ୍କ କହିବା ଅନୁସାରେ ହିଁ ରାଜ୍ୟ ସରକାର କୀଟନାଶକ ବ୍ୟବାହର ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଡାଇକ୍ଲୋରଭସ ଓ ଥିଆମେଟ୍ ସମ୍ପୂର୍ର୍ଣ ବ୍ୟାନ ହୋଇନି ବୋଲି କହିଛନ୍ତି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି।

ଚକଡା ଚରିବା ପରେ କୀଟନାଶକ କାମ କରୁ ନଥିବା କାରଣରୁ ବଜାରରେ ମିଳୁଥିବା ୧୧ଟି କୀଟନାଶକକୁ ୧୬ ତାରିଖରେ ବ୍ୟାନ କରିଥିଲା କୃଷି ବିଭାଗ। ବିଡମ୍ବନା ବିଷୟ ହେଲା ବ୍ୟାନ ଔଷଧ ସବୁ ଦୋକାନରେ ମିଳୁଛି। ମନୋ କ୍ରଟୋଫସ ହେଉ କି କ୍ଲୋରୋପାଇରିଫସ ଅନେକ ବ୍ୟାନ କୀଟନାଶକ ଖୁଲମଖୁଲା ବିକ୍ରି ହେଉଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଚକଡା ପାଇଁ କାମ କରୁ ନଥିବା କୀଟନାଶକ ଓ ବଜାରକୁ ଆସିଥିବା ଭେଜାଲ କୀଟନାଶକ ପଛରେ ବଡଧରଣର ଘୋଟାଲା ହୋଇଥିବା ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି।

ଚୋର ଗଲା ପରେ ବୁଦ୍ଧି ଆସିଲା ପରି ଚକଡା ଚରିବା ପରେ ଏଥର ନଭେମ୍ବରରେ କୀଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲା କୃଷି ବିଭାଗ। ଔଷଧ ତ କାମ ଦେଲାନି ଏକ ଲକ୍ଷ ୨୮ ହଜାର ହେକଟର ଜମିରେ ଫସଲ ନଷ୍ଟ ହେଲା ଓ ହତାଶ ହୋଇ କିଛି ସ୍ଥାନରେ ଚାଷୀ ଜୀବନ ବି ହାରିଲେ।

Ordigital Desk
• Published: Sunday, 26 November 2017
• Updated: 26 November 2017, 10:19 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos