ଜର୍ମାନୀରେ ଏମିତି କଲେ, ଥରକରେ କମିଗଲା ପେଟ୍ରୋଲ ଦର

ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆକାଶ ଛୁଆଁ ହେଲାଣି। ତୈଳ ଦର ବୃଦ୍ଧିରେ ଏହା ୪ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ସେହିପରି ଡିଜେଲ ଦରରେ ମଧ୍ୟ ଅହେତୁକ ମୂଲ୍ୟ ବୃଦ୍ଧି ହୋଇଛି। ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧିପାଇଁ ସାରା ଦେଶର ଲୋକେ ଖୁବ୍ ଚିନ୍ତିତ ଥିବାବେଳେ ସବୁଠୁ ଅଧିକ ଚିନ୍ତାରେ  ଅଛନ୍ତି ମୁମ୍ବାଇବାସୀ। ଏଥିରୁ ମୁକ୍ତି ପାଇବାର ଉପାୟ ଖୋଜୁଛନ୍ତି ଲୋକେ। ଏହି ପ୍ରସଙ୍ଗରେ ଆମେ ଆପଣଙ୍କୁ […]

petrol

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 10:33 AM IST

ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆକାଶ ଛୁଆଁ ହେଲାଣି। ତୈଳ ଦର ବୃଦ୍ଧିରେ ଏହା ୪ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ସେହିପରି ଡିଜେଲ ଦରରେ ମଧ୍ୟ ଅହେତୁକ ମୂଲ୍ୟ ବୃଦ୍ଧି ହୋଇଛି। ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧିପାଇଁ ସାରା ଦେଶର ଲୋକେ ଖୁବ୍ ଚିନ୍ତିତ ଥିବାବେଳେ ସବୁଠୁ ଅଧିକ ଚିନ୍ତାରେ  ଅଛନ୍ତି ମୁମ୍ବାଇବାସୀ। ଏଥିରୁ ମୁକ୍ତି ପାଇବାର ଉପାୟ ଖୋଜୁଛନ୍ତି ଲୋକେ।

ଏହି ପ୍ରସଙ୍ଗରେ ଆମେ ଆପଣଙ୍କୁ ଗୋଟିଏ କଥା କହିବାକୁ ଯାଉଛୁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦିନେ ଜାର୍ମାନୀବାସୀ ବି ଏମିତି ସମସ୍ୟାରେ ପଡ଼ିଥିଲେ। ୨୦୦୦  ମସିହା ଏଭଳି ସମସ୍ୟା ସେଠାରେ ଦେଖାଦେଇଥିଲା। ଆଉ ଏଥିରୁ ମୁକୁଳିବାକୁ ଅଭିନବ ଉପାୟ ପାଞ୍ଚିଥିଲେ। ଏମିତି କିଛି କରିଥିଲେ, ଯାହା ଫଳରେ ଜର୍ମାନୀ ସରକାରଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଶେଷରେ ସରକାରଙ୍କୁ ତୈଳ ଦର କମେଇବାକୁ ପଡ଼ିଥିଲା। ତେବେ ଚାଲନ୍ତୁ ଜାଣିବା ସେହି ପଦକ୍ଷପ କ’ଣ ଥିଲା।

ଖବର ମୁତାବକ ଏଠାରେ ତୈଳଦର ଆକାଶ ଛୁଆଁ ହେବା ପରେ ଲୋକମାନେ ନିଜ ଗାଡ଼ି ରାଜରାସ୍ତାରେ  ରଖି ପ୍ରଦର୍ଶନ କରିଥିଲେ। ସେହି ଦିନ ଜର୍ମାନୀର ରାଜଧାନୀ  ବର୍ଲିନ୍‌ରେ ପାଖାପାଖି ୪ ହଜାର ଗାଡ଼ି ରାସ୍ତା ଉପରେ ହିଁ ଛିଡ଼ା ହୋଇଥିଲା।  ଛୋଟ ଗାଁର ଲୋକମାନେ ବି ସେହି ପ୍ରଦର୍ଶନର ଭାଗିଦାର ହୋଇଥିଲେ। ରାସ୍ତା ଉପରେ ଗାଡି ଛିଡ଼ା ହେବା ପରେ ରାସ୍ତା ପୂରା ଜାମ୍‌ ହୋଇଯାଇଥିଲା।  ସହରର ରାଜରାସ୍ତାରେ ଖାଲି ଗାଡ଼ି ହିଁ ଗାଡ଼ି ଦେଖିବାକୁ ମିଳିଥିଲା।  ଏଭଳି  ବିରୋଧ କାରଣରୁ  ସବୁ କାମ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ସରକାରଙ୍କୁ ଶେଷରେ  ନଇଁବାକୁ ପଡ଼ିଥିଲା। ଆଉ  ରାତାରାତି କମିଥିଲା ତୈଳ ଦର।

କ’ଣ ଭାବୁଛନ୍ତି, ଆପଣ ଏମିତି ଉପାୟଟିଏ ପାଞ୍ଚୁଛନ୍ତି କି?

 

 

Related story