ଫାଇଲିନର ବକେୟା ୩୯୯ କୋଟି ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଫାଇଲିନ୍ କ୍ଷତିପୂରଣ ବାବଦରେ ବାକି ଥିବା ସହାୟତା ରାଶି ତୁରନ୍ତ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ, ୨୦୧୩ ମସିହା ଅକ୍ଟୋବରରେ ସାମୁଦ୍ରିକ ବାତ୍ୟା ଫ।ଇଲିନ୍ ପରେ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିଲା ଅନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍। ତେବେ ଟିମର ଭୁଲ୍ ଆକଳନ ଯୋଗୁଁ  ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଓଡ଼ିଶାକୁ ଯେତିକି ପ୍ରାପ୍ୟ ମିଳିବା କଥା […]

nabinpattanayak

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 02:27 PM IST

ଭୁବନେଶ୍ୱର:ଫାଇଲିନ୍ କ୍ଷତିପୂରଣ ବାବଦରେ ବାକି ଥିବା ସହାୟତା ରାଶି ତୁରନ୍ତ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ, ୨୦୧୩ ମସିହା ଅକ୍ଟୋବରରେ ସାମୁଦ୍ରିକ ବାତ୍ୟା ଫ।ଇଲିନ୍ ପରେ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିଲା ଅନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍। ତେବେ ଟିମର ଭୁଲ୍ ଆକଳନ ଯୋଗୁଁ  ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଓଡ଼ିଶାକୁ ଯେତିକି ପ୍ରାପ୍ୟ ମିଳିବା କଥା ତାହା ମିଳି ନ ଥିଲା। ପରେ ରାଜ୍ୟ ସରକାର ଏହି ତ୍ରୁଟି ଦର୍ଶାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କ୍ଷତିପୂରଣ ବାବଦକୁ  ୩୯୯ କୋଟି ୮୩ ଲକ୍ଷ ଟଙ୍କ। ମଞ୍ଜୁର ହୋଇଥିବା ଜଣାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟକୁ ଏହି ଅର୍ଥ ମିଳିନାହିଁ। ତେଣୁ ଶୀଘ୍ର ଏହି ବକେୟା ଅର୍ଥ ଦେବାକୁ  ମୁଖ୍ୟମନ୍ତ୍ରୀ ଚିଠିରେ ଜେଟଲୀଙ୍କୁ ଅନୁରୋଧ କରିଛନ୍ତି।

Related story