ମାଲକାନଗିରିରେ ଘୁଷୁରି ଓ କୁକୁର ମଡ଼କ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଡ଼ିଗାଟାରେ ଘୁଷୁରି ଓ କୁକୁର ମଡ଼କ ଦେଖାଦେଇଛି।। ଗତ ୩ ଦିନ ମଧ୍ୟରେ ପ୍ରାୟ ୧୦୦ଟି ଘୁଷୁରି ସହ କୁକୁର ମରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘୁଷୁରୀ ଗୁଡ଼ିକ ବାହାରେ ବୁଲୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ୁଛନ୍ତି। ପରେ ସେମାନେ ମରିଯାଉଛନ୍ତି। ତେବେ ଏଭଳି ମୃତ୍ୟୁ କାରଣ କ’ଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଭୁବନେଶ୍ୱରରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ରେ ସଦସ୍ୟମାନେ […]

pig

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 02:01 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଡ଼ିଗାଟାରେ ଘୁଷୁରି ଓ କୁକୁର ମଡ଼କ ଦେଖାଦେଇଛି।। ଗତ ୩ ଦିନ ମଧ୍ୟରେ ପ୍ରାୟ ୧୦୦ଟି ଘୁଷୁରି ସହ କୁକୁର ମରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘୁଷୁରୀ ଗୁଡ଼ିକ ବାହାରେ ବୁଲୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ୁଛନ୍ତି। ପରେ ସେମାନେ ମରିଯାଉଛନ୍ତି।

ତେବେ ଏଭଳି ମୃତ୍ୟୁ କାରଣ କ’ଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଭୁବନେଶ୍ୱରରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ରେ ସଦସ୍ୟମାନେ ଘୁଷୁରି ଓ କୁକୁର ମାନଙ୍କର ରକ୍ତ ନମୂନା ସଂଗ୍ରହ କରି ଯାଞ୍ଚ କରୁଛନ୍ତି।

ଗତବର୍ଷ ଠିକ୍ ଏହି ସମୟରେ କାଲିମେଳା ବ୍ଲକ ଅଞ୍ଚଳରେ ଜାପାନୀ ଏନସେଫାଲାଇଟିସ୍ ଜ୍ୱର ବ୍ୟାପିଥିଲା। ଆଉ ଏହାର ବର୍ଷକ ପରେ ଘୁଷୁରି ଏବଂ କୁକୁରଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।  କୁକୁରମାନଙ୍କ ଅପେକ୍ଷା ଘୁଷୁରିଙ୍କର ଅଧିକ ମୃତ୍ୟୁ  ହୋଇଛି।

Related story