ପୋଲାଭରମ୍ ପ୍ରକଳ୍ପ: ନୋଟିସର ଜବାବ ନ ଦେବାରୁ କେନ୍ଦ୍ରକୁ ୨୫ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପରେ କେନ୍ଦ୍ରକୁ ସୁପ୍ରିମକୋର୍ଟରେ ଝଟକା ଲାଗିଛି। ପୂର୍ବ ନୋଟିସର ଜବାବ ନ ଦେବାରୁ କେନ୍ଦ୍ରକୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ସହିତ ୨ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ତେଲେଙ୍ଗାନା ଓ ଛତିଶଗଡ଼କୁ ପକ୍ଷଭୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୦୧୬ରେ ପୋଲାଭମରକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟରେ ଅପିଲ କରିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ ଦେଇଥିଲେ ମଧ୍ୟ ଏଯାଏଁ କେନ୍ଦ୍ର ଉତ୍ତର ଦେଇନାହିଁ। […]

supremecourt

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 01:26 PM IST

ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପରେ କେନ୍ଦ୍ରକୁ ସୁପ୍ରିମକୋର୍ଟରେ ଝଟକା ଲାଗିଛି। ପୂର୍ବ ନୋଟିସର ଜବାବ ନ ଦେବାରୁ କେନ୍ଦ୍ରକୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ସହିତ ୨ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ତେଲେଙ୍ଗାନା ଓ ଛତିଶଗଡ଼କୁ ପକ୍ଷଭୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

୨୦୧୬ରେ ପୋଲାଭମରକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟରେ ଅପିଲ କରିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ ଦେଇଥିଲେ ମଧ୍ୟ ଏଯାଏଁ କେନ୍ଦ୍ର ଉତ୍ତର ଦେଇନାହିଁ। ସେଥିପାଇଁ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ।

Related story