ପୋଲାଭରମ୍‌କୁ ଅନୁଦାନ ନ ଦେବାକୁ ସୁପ୍ରିମ୍‌କୋର୍ଟ କହି ନାହାନ୍ତି: ଭେଙ୍କିଆ ନାଇଡୁ

ଭୁବନେଶ୍ୱର: ପୋଲାଭରମ୍‌କୁ କେନ୍ଦ୍ରୀୟ ଅନୁଦାନ ନ ଦେବାକୁ ସୁପ୍ରିମକୋର୍ଟ କହିନାହାନ୍ତି। ଆଜି ଓଟିଭି ପକ୍ଷରୁ ଆୟୋଜିତ ସିଏସ୍‌ଆର୍‌ କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କିଆ ନାଇଡୁ ବିବାଦୀୟ ପୋଲାଭରମ୍ ପ୍ରସଙ୍ଗରେ ଏଭଳି ରୋକ୍‌ଠକ୍‌ ଜବାବ ରଖିଛନ୍ତି। ସେ କହିଛନ୍ତି,“ଆଇନଗତ ବ୍ୟବସ୍ଥା ଭିତରେ ରହି ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। କୋର୍ଟଙ୍କ ରାୟକୁ ବି ସମ୍ମାନ ଦିଆଯାଉଛି। କୋର୍ଟ ଏ ମାମଲାରେ ଯାହା ରାୟ ଦେବେ […]

naidu

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 08:23 PM IST

ଭୁବନେଶ୍ୱର: ପୋଲାଭରମ୍‌କୁ କେନ୍ଦ୍ରୀୟ ଅନୁଦାନ ନ ଦେବାକୁ ସୁପ୍ରିମକୋର୍ଟ କହିନାହାନ୍ତି। ଆଜି ଓଟିଭି ପକ୍ଷରୁ ଆୟୋଜିତ ସିଏସ୍‌ଆର୍‌ କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କିଆ ନାଇଡୁ ବିବାଦୀୟ ପୋଲାଭରମ୍ ପ୍ରସଙ୍ଗରେ ଏଭଳି ରୋକ୍‌ଠକ୍‌ ଜବାବ ରଖିଛନ୍ତି।

ସେ କହିଛନ୍ତି,“ଆଇନଗତ ବ୍ୟବସ୍ଥା ଭିତରେ ରହି ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। କୋର୍ଟଙ୍କ ରାୟକୁ ବି ସମ୍ମାନ ଦିଆଯାଉଛି। କୋର୍ଟ ଏ ମାମଲାରେ ଯାହା ରାୟ ଦେବେ କେନ୍ଦ୍ର ସରକାର ତାକୁ ପାଳନ କରିବେ।”

ଗତ ୭ ତାରିଖରେ ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ,“୨୦୧୪ ଏପ୍ରିଲ୍ ୧ ତାରିଖରୁ ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିସାରିଛି। ସେବେଠାରୁ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ତେବେ ପ୍ରକଳ୍ପର ନିର୍ମାଣ କାମ ରାଜ୍ୟ ସରକାର କରିବେ।”

ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରସଙ୍ଗରେ ଆଜି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ମୁଖପାତ୍ର ରବି ନନ୍ଦ କହିଥିଲେ,“ପୋଲାଭରମ୍ ପ୍ରସଙ୍ଗରେ ବିଜେଡିର ଲଢ଼େଇ ଜାରି ରହିବ। ଆସନ୍ତାକାଲି ଏନେଇ ଦଳୀୟ ଆକ୍ସନପ୍ଲାନ୍ ପ୍ରକାଶ କରାଯିବ।”

Related story