ଅବିବେକି ପୋଲିସ: କଅଁଳ ଶିଶୁଙ୍କୁ ଘରେ ଏକା ଛାଡି ଜେଜେବାପା, ଜେଜେମାଆଙ୍କୁ ବାନ୍ଧିନେଲା

<p>କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ପୋଲିସ ଦେଖାଇଛି ବେପରୁଆ କାର୍ଯ୍ୟ। ଦୁଇ କଅଁଳା ଶିଶୁଙ୍କୁ ଏକୁଟିଆ ଛାଡ଼ି ହତ୍ୟା ଅଭିଯୋଗରେ ୮୦ ବର୍ଷର ବୃଦ୍ଧ ଓ ବୃଦ୍ଧାଙ୍କୁ ଗିରଫ କରିନେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ପାଖରୁ ଖବର ପାଇବା ପରେ ସିଡବ୍ଲ୍ୟୁସି ଘଟଣା ସ୍ଥଳରେ ପହଞ୍ଚି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଛି।</p> <p>ଗତ ୧୭ ତାରିଖରେ ତେରଗାଁର ସୁମିତ୍ରା ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା। ସୁମିତ୍ରାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ତାଙ୍କ ସ୍ୱାମୀଙ୍କୁ ମାର୍ଶାଘାଇ ଥାନା ପୋଲିସ ଗିରଫ କରିଥିଲା। ଏହାପରେ ସୁମିତ୍ରାଙ୍କ ଦୁଇ ଶିଶୁକନ୍ୟା ତାଙ୍କ ଜେଜେବାପା ଓ ଜେଜେମାଆଙ୍କ ପାଖରେ ରହୁଥିଲେ। ଆଜି ହଠାତ ପୋଲିସ ହତ୍ୟା ଅଭିଯୋଗରେ ୮୦ ବର୍ଷର ଗୌରାଙ୍ଗ ପରିଡ଼ା ଓ ହେମଲତା ପରିଡ଼ାଙ୍କୁ ଘରୁ ଉଠାଇ ନେଇଥିଲା। ହେଲେ ଦୁଇ ଶିଶୁଙ୍କୁ ନିୟମ ଅନୁଯାୟୀ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରି ନଥିଲା। ଖବର ପାଇ ଘଟଣାସ୍ଥଳକୁ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ଆସି ଶିଶୁ ଦୁହିଁଙ୍କୁ ଉଦ୍ଧାର କରିଛି।</p>

Ordigital Desk
  • Published: Sunday, 03 September 2017
  • Updated: 03 September 2017, 08:43 PM IST
<p>କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ପୋଲିସ ଦେଖାଇଛି ବେପରୁଆ କାର୍ଯ୍ୟ। ଦୁଇ କଅଁଳା ଶିଶୁଙ୍କୁ ଏକୁଟିଆ ଛାଡ଼ି ହତ୍ୟା ଅଭିଯୋଗରେ ୮୦ ବର୍ଷର ବୃଦ୍ଧ ଓ ବୃଦ୍ଧାଙ୍କୁ ଗିରଫ କରିନେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ପାଖରୁ ଖବର ପାଇବା ପରେ ସିଡବ୍ଲ୍ୟୁସି ଘଟଣା ସ୍ଥଳରେ ପହଞ୍ଚି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଛି।</p><p>ଗତ ୧୭ ତାରିଖରେ ତେରଗାଁର ସୁମିତ୍ରା ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା। ସୁମିତ୍ରାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ତାଙ୍କ ସ୍ୱାମୀଙ୍କୁ ମାର୍ଶାଘାଇ ଥାନା ପୋଲିସ ଗିରଫ କରିଥିଲା। ଏହାପରେ ସୁମିତ୍ରାଙ୍କ ଦୁଇ ଶିଶୁକନ୍ୟା ତାଙ୍କ ଜେଜେବାପା ଓ ଜେଜେମାଆଙ୍କ ପାଖରେ ରହୁଥିଲେ। ଆଜି ହଠାତ ପୋଲିସ ହତ୍ୟା ଅଭିଯୋଗରେ ୮୦ ବର୍ଷର ଗୌରାଙ୍ଗ ପରିଡ଼ା ଓ ହେମଲତା ପରିଡ଼ାଙ୍କୁ ଘରୁ ଉଠାଇ ନେଇଥିଲା। ହେଲେ ଦୁଇ ଶିଶୁଙ୍କୁ ନିୟମ ଅନୁଯାୟୀ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରି ନଥିଲା। ଖବର ପାଇ ଘଟଣାସ୍ଥଳକୁ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ଆସି ଶିଶୁ ଦୁହିଁଙ୍କୁ ଉଦ୍ଧାର କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos