ପୋଲିସ ନାଁରେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଲୁଟ୍‌ ଅଭିଯୋଗ

ବରଗଡ଼: ପୋଲିସ ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ର ୪ ଜଣ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଛତିଶଗଡ଼ର ଜନୈକ ସ୍କ୍ରାପ ବ୍ୟବସାୟୀ ସୁଧୀର କ୍ଷତ୍ରୀ। ସୁଧୀରଙ୍କ ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ସେ ବରଗଡ଼ ଦେଇ ଯାଜପୁର ଯିବା ସମୟରେ ବରାହଗୋଡା ଟୋଲ୍‌ ଗେଟ୍‌ ପ୍ଲାଜା ନିକଟରେ ସାଦା ପୋଷାକରେ ଥିବା ଦୁଇଜଣ ପୋଲିସ୍‌ କର୍ମଚାରୀ ତାଙ୍କ ଗାଡି ଅଟକାଇ […]

bergarh

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 11:25 PM IST

ବରଗଡ଼: ପୋଲିସ ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ର ୪ ଜଣ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଛତିଶଗଡ଼ର ଜନୈକ ସ୍କ୍ରାପ ବ୍ୟବସାୟୀ ସୁଧୀର କ୍ଷତ୍ରୀ।

ସୁଧୀରଙ୍କ ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ସେ ବରଗଡ଼ ଦେଇ ଯାଜପୁର ଯିବା ସମୟରେ ବରାହଗୋଡା ଟୋଲ୍‌ ଗେଟ୍‌ ପ୍ଲାଜା ନିକଟରେ ସାଦା ପୋଷାକରେ ଥିବା ଦୁଇଜଣ ପୋଲିସ୍‌ କର୍ମଚାରୀ ତାଙ୍କ ଗାଡି ଅଟକାଇ ଯାଞ୍ଚ କରିଥିଲେ। ଏହାପରେ ତାଙ୍କୁ ଏକ ଫାଣ୍ଡିକୁ ନେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜବରଦସ୍ତ ୩ ଲକ୍ଷ ୨ ହଜାର ଟଙ୍କା ନେଇ ଯାଇ ବରଗଡ଼ ଛାଡି ଚାଲି ଯିବାକୁ କହିଥିଲେ।

ସୁଧୀର ରାୟପୁର ପୋଲିସ୍‌ରେ ଅଭିଯୋଗ କରିବା ପରେ ଆଜି ବରଗଡ଼ ଆସି ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ବରଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍‌ପି ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ସୁଧୀର ବରଗଡ଼ ଟାଉନ ଥାନାରେ ଏତଲା ଦେବା ପରେ ୪ ଜଣ ପୋଲିସ୍‌ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।

Related story