ଘୋଡ଼ା ବେପାର ଭୟରେ ଗୋଠ ଏକାଠି

ଭୁବନେଶ୍ୱର: ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ତିନି ଦିନ ବାକି ରହିଛି। ଏଥିରେ ଘୋଡ଼ା ବେପାର ଭୟରେ ଗୋଠ ଏକାଠି ରଖିବାକୁ କସରତ ଆରମ୍ଭ କରିଦେଇଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ। ବିଧାୟକମାନେ ନିଜ ସମର୍ଥିତ ସମିତି ସଭ୍ୟଙ୍କୁ ପାଖରେ ରଖିଛନ୍ତି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ୯ଟି ହାତେଇବା ପାଇଁ ଅଙ୍କ କଷୁଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବୋରିଗୁମ୍ମା, କୁନ୍ଦୁରା, କୋରାପୁଟ ବ୍ଲକର ବିଜୟୀ ସମିତି ସଭ୍ୟଙ୍କୁ ପ୍ରାୟ ୧୫ ଦିନ […]

horsh tradeing

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 11:24 PM IST

ଭୁବନେଶ୍ୱର: ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ତିନି ଦିନ ବାକି ରହିଛି। ଏଥିରେ ଘୋଡ଼ା ବେପାର ଭୟରେ ଗୋଠ ଏକାଠି ରଖିବାକୁ କସରତ ଆରମ୍ଭ କରିଦେଇଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ। ବିଧାୟକମାନେ ନିଜ ସମର୍ଥିତ ସମିତି ସଭ୍ୟଙ୍କୁ ପାଖରେ ରଖିଛନ୍ତି।

କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ୯ଟି ହାତେଇବା ପାଇଁ ଅଙ୍କ କଷୁଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବୋରିଗୁମ୍ମା, କୁନ୍ଦୁରା, କୋରାପୁଟ ବ୍ଲକର ବିଜୟୀ ସମିତି ସଭ୍ୟଙ୍କୁ ପ୍ରାୟ ୧୫ ଦିନ ଧରି ନିଜ ହେପାଜତରେ ରଖିଛନ୍ତି। ମଝିରେ ମଝିରେ ଭୁବନେଶ୍ୱର ଓ ପୁରୀ ବୁଲାଇ ନେଉଛନ୍ତି।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ବିଜେଡିବାଲା ତାଙ୍କ ସମର୍ଥିତ ସମିତି ସଭ୍ୟଙ୍କୁ ହାଇଦ୍ରାବାଦ ଓ ବିଶାଖାପାଟଣାରେ ରଖୁଛନ୍ତି। ଆମ ପାଖରେ ପଇସା ନାହିଁ। ସେଥିପାଇଁ ଆମେ କ୍ୱାର୍ଟର୍ସ ବା ଭୁବନେଶ୍ୱର ହୋଟେଲରେ ରଖିଛୁ।”

ସେହିପରି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ମଧ୍ୟ ଘୋଡ଼ା ବେପାର ଭୟ ଘାରିଛି। ସେ ତାଙ୍କ ସମର୍ଥିତ ସମିତି ସଭ୍ୟଙ୍କୁ ଆଣି ପାଖରେ ରଖିଛନ୍ତି। ୧୫ ଜଣ ସମର୍ଥିତ ସମିତି ସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଏବେ ତାଙ୍କ ପାଖରେ ରହିଛନ୍ତି। ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ବିଧାୟକଙ୍କୁ ସହଯୋଗ କରୁଛନ୍ତି।

ସାଂସଦ ଜେନା କହିଛନ୍ତି,“ବିଜେଡି ସମର୍ଥିତ ସମିତି ସଭ୍ୟଙ୍କୁ ହାତେଇବା ପାଇଁ ବିରୋଧୀଙ୍କ ପ୍ରୟାସ ରହୁଛି। ସୁରକ୍ଷା ଦୃଷ୍ଟିରୁ ଆମେ ଆମ ସମର୍ଥିତ ସମିତି ସଭ୍ୟଙ୍କୁ ପାଖରେ ରଖିଛୁ।”

ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ମଧ୍ୟ ନିଜ ସମର୍ଥିତ  ସମିତି ସଭ୍ୟଙ୍କୁ ୧୫ ଦିନ ଧରି ସରକାରୀ ବାସ ଭବନରେ ରଖିଛନ୍ତି। ମଝିରେ ମଝିରେ ନନ୍ଦନକାନନ ବୁଲାଇ ନେଉଛନ୍ତି।

ବିଜୟୀ ସମିତି ସଭ୍ୟଙ୍କୁ ନିଜ କବ୍‌ଜାରେ ରଖିବା ପାଇଁ ବିଜେପି ମଧ୍ୟ ପଛରେ ନାହିଁ। ଯେଉଁ ବ୍ଲକକୁ ଦଳ ଦଖଲ କରିବା ସମ୍ଭାବନା ଦେଖୁଛି ସେଠୁ ନିଜ ସମର୍ଥିତ ବିଜୟୀଙ୍କୁ ଧରି ହୋଟେଲରେ ରଖିଛନ୍ତି।

ବିଜେଡି ୯୦ ପ୍ରତିଶତ ଆସନରେ ବ୍ଲକ ଅଧ୍ୟକ୍ଷ ହାତେଇବାର ଦମ୍ଭୋକ୍ତି କରୁଥିବା ବେଳେ କଂଗ୍ରେସ ୪୦ ପ୍ରତିଶତ ଆସନ ଉପରେ ନଜର ରଖିଛି।

Related story