ଜେଲ୍‌ରେ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଝାରପଡ଼ା ଜେଲରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଗତକାଲି ବିଳମ୍ବିତ ରାତିରେ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେ ସୁରକ୍ଷିତ ଅଛନ୍ତି। ଜେଲ୍‌ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବା ପରେ ତାଙ୍କୁ ୱାର୍ଡରେ ରଖାଯାଇଛି। ଝାରପଡ଼ା ଜିଲ୍ଲା ସୁପରିନ୍‌ଟେଣ୍ଡେଣ୍ଟ୍ କହିଛନ୍ତି,“ପ୍ରଦୀପ ସେଠୀଙ୍କର କିଛି ହୋଇନି। ସାମାନ୍ୟ ଆଘାତ ଲଗିଛି। ଜେଲ୍ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବା ପରେ ତାଙ୍କୁ ୱାର୍ଡରେ ରଖାଯାଇଛି। ତାଙ୍କ […]

pradeep

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 02:52 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଝାରପଡ଼ା ଜେଲରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଗତକାଲି ବିଳମ୍ବିତ ରାତିରେ ହାତ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେ ସୁରକ୍ଷିତ ଅଛନ୍ତି। ଜେଲ୍‌ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବା ପରେ ତାଙ୍କୁ ୱାର୍ଡରେ ରଖାଯାଇଛି।

ଝାରପଡ଼ା ଜିଲ୍ଲା ସୁପରିନ୍‌ଟେଣ୍ଡେଣ୍ଟ୍ କହିଛନ୍ତି,“ପ୍ରଦୀପ ସେଠୀଙ୍କର କିଛି ହୋଇନି। ସାମାନ୍ୟ ଆଘାତ ଲଗିଛି। ଜେଲ୍ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯିବା ପରେ ତାଙ୍କୁ ୱାର୍ଡରେ ରଖାଯାଇଛି। ତାଙ୍କ ଉପରେ ନଜର ରଖିବା ପାଇଁ ଆଉ ଜଣେ ୱାର୍ଡରଙ୍କୁ ନିୟୋଜିତ କରାଯାଇଛି।”

ସେ ଆହୁରି କହିଛନ୍ତି,“ଏଭଳି କରି ପ୍ରଦୀପ ଜେଲ ପ୍ରଶାସନକୁ ଡରାଇବାକୁ ଉଦ୍ୟମ କରିଛନ୍ତି।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ଜେଲ୍‌ରେ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିବା ନେଇ କେବଳ ମୌଖିକ ସୂଚନା ମିଳିଛି। ଲିଖିତ ଅଭିଯୋଗ ମିଳିଲେ ପ୍ରଦୀପଙ୍କ ନାଁରେ ମାମଲା ରୁଜୁ କରାଯିବ।”

ଏ ଘଟଣାର ତଦନ୍ତ ଜେଲ୍ ଡିଆଇଜି କରିବେ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ପ୍ରଦୀପ ସେଠୀଙ୍କୁ ଦେଖା କରିବାକୁ ଆଜି ତାଙ୍କ ପତ୍ନୀ ଝାରପଡ଼ା ଜେଲ୍‌କୁ ଆସିଥିଲେ। କିନ୍ତୁ ରବିବାର ଥିବାରୁ ଓ ଜେଲ୍ ଅଧିକାରୀମାନେ ନ ଥିବାରୁ ତାଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଦିଆଯାଇ ନ ଥିଲା।

Related story