ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପାସ୍‌ ହାର ୮୦.୮୦%

ଭୁବନେଶ୍ୱର: ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ପାସ୍‌ହାର ୮୦.୮୦ ପ୍ରତିଶତ ରହିଛି। ବିଜ୍ଞାନରେ ୮୪,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୭,୯୯୭ ଜଣ ପାସ୍‌ କରିଛନ୍ତି। ଆଜି ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଥିଲେ। www.orissaresults.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ୫୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧୫୮୧ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ […]

+2

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 12:55 PM IST

ଭୁବନେଶ୍ୱର: ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ପାସ୍‌ହାର ୮୦.୮୦ ପ୍ରତିଶତ ରହିଛି। ବିଜ୍ଞାନରେ ୮୪,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୭,୯୯୭ ଜଣ ପାସ୍‌ କରିଛନ୍ତି।

ଆଜି ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଥିଲେ। www.orissaresults.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି।

୫୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୧୫୮୧ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତ ଓ ୭୨୦୯ ଜଣ ୭୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ୨୦,୧୯୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୪୧୪ ଦ୍ୱିତୀୟ ଓ ୨୪,୫୫୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନୟାଗଡ଼ରେ ପାସ୍‌ହାର ସର୍ବାଧିକ ୯୩.୨୩ ପ୍ରତିଶତ ରହିଛି। ୫୩.୮୭ ପ୍ରତିଶତ ପାସ୍‌ ହାର ସହିତ ଝାରସୁଗୁଡା ସର୍ବନିମ୍ନ ସ୍ଥାନରେ ରହିଛି। ୫ଟି କଲେଜରେ କେହି ପାସ୍‌ କରିନାହାନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ପରୀକ୍ଷା ଫଳ ଭଲ ହୋଇଛି। ୫ଟି କଲେଜରେ କେହି ବି ଛାତ୍ରଛାତ୍ରୀ ପାସ୍‌ କରିନାହାନ୍ତି। ଏପରି କାହିଁକି ହେଲା ସମୀକ୍ଷା ବୈଠକରେ ଯାଞ୍ଚ କରାଯିବା ପରେ ପଦକ୍ଷେପ ନିଆଯିବ। ରିଚେକିଂ ଆବେଦନର ସମୟସୀମା ୧୫ଦିନ ରଖାଯାଇଛି। ଆବେଦନ କରିବାର ୭ଦିନ ମଧ୍ୟରେ ପିଲାମାନଙ୍କୁ ସେମାନଙ୍କ ଫଳାଫଳ ଜଣାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।”

ସେ ଆହୁରି କହିଛନ୍ତି, “ବିଜ୍ଞାନ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରର ବିଭିନ୍ନ ଏଣ୍ଟ୍ରାନ୍ସ ଟେଷ୍ଟରେ ଭାଗ ନେଇଥାନ୍ତି। ତେଣୁ ପିଲାମାନଙ୍କ  ସୁବିଧା ପାଇଁ ପ୍ରଥମେ ବିଜ୍ଞାନ ଫଳ ପ୍ରକାଶ କରାଗଲା। ମେ’ ଶେଷ ସପ୍ତାହରେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଶୀଘ୍ର ଏ ନେଇ ତାରିଖ ଘୋଷଣା କରାଯିବ।”

Related story