ନୂଆଦିଲ୍ଲୀ ଫେରିଲେ ଲିବ୍ୟାରେ ଅପହୃତ ଓଡ଼ିଆ ଯୁବକ ପ୍ରଭାସ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲିବ୍ୟାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଇଂଜିନିୟର ପ୍ରଭାସ ସାମଲ ନୂଆଦିଲ୍ଲୀ ଫେରି ଆସିଛନ୍ତି। ଦିଲ୍ଲୀ ଫେରି ଆସିବା ପରେ ସେ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା କରିଥିବା ସେ କହିଛନ୍ତି। ଏ ଖବର ପାଇବା ପରେ ଓଡ଼ିଶାରେ ବସବାସ କରୁଥିବା ତାଙ୍କ ପରିବାର ଲୋକେ ଖୁସି […]

prabhas-ranjan

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 10:24 AM IST

ନୂଆଦିଲ୍ଲୀ/ଭୁବନେଶ୍ୱର: ଲିବ୍ୟାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଇଂଜିନିୟର ପ୍ରଭାସ ସାମଲ ନୂଆଦିଲ୍ଲୀ ଫେରି ଆସିଛନ୍ତି। ଦିଲ୍ଲୀ ଫେରି ଆସିବା ପରେ ସେ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା କରିଥିବା ସେ କହିଛନ୍ତି। ଏ ଖବର ପାଇବା ପରେ ଓଡ଼ିଶାରେ ବସବାସ କରୁଥିବା ତାଙ୍କ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ମା’, ଦାଦା, ଭାଇ, ଭଉଣୀ ଓ ଭାଉଜ ସମସ୍ତେ ଖୁସି ପ୍ରକାଶ କରିଛନ୍ତି। ଏ ଖବର ପାଇବା ପରେ ତାଙ୍କ ମା’ କାନ୍ଦି ପକାଇଥିଲେ।

ଅନ୍ୟପକ୍ଷରେ ଏବେ ପ୍ରଭାସଙ୍କୁ ନୂଆଦିଲ୍ଲୀରେ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି। ବର୍ତ୍ତମାନ ତାଙ୍କୁ ସର୍ବସାଧାରଣକୁ ଅବା ଗଣମାଧ୍ୟମ ଆଗକୁ ଛଡ଼ା ଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତାଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି। ତା’ସହିତ ପ୍ରଭାତଙ୍କ ସହିତ ଅପହୃତ ଆଉ ତିନି ଜଣ ଏବେବି ଆତଙ୍କବାଦୀଙ୍କ କବଜାରେ ଅଛନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପ୍ରଭାତଙ୍କୁ ବର୍ତ୍ତମାନ କିଛି ଦିନ ସର୍ବସାଧାରଣକୁ ଛଡ଼ା ଯିବ ନାହିଁ।

ତେବେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ‘ଡିଡି ନ୍ୟୁଜ୍’କୁ ଦେଇଥିବା ଏକ ସାକ୍ଷାତକାର ପ୍ରଭାସ କହିଛନ୍ତି ଯେ ସେ ଜଣେ ସ୍ୱାସ୍ଥ୍ୟ କର୍ମୀ। ସ୍ୱାସ୍ଥ୍ୟ କର୍ମୀମାନେ ସାଧାରଣତଃ ସମାଜସେବୀ ଭାବେ ପରିଗଣିତ। ଲିବ୍ୟାରେ ସ୍ଥିତି ଭଲ ନାହିଁ। ସେଠାରେ ଅଶାନ୍ତ ପରିବେଶ ମଧ୍ୟରେ ସେ କାର୍ଯ୍ୟ କରୁଥିଲେ। କୌଣସି ପ୍ରକାର ଭୟ ନଥିଲା। ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆତଙ୍କୀମାନେ ଅପହରଣ କରି ନେବେ ବୋଲି ସେ ଆଶା କରି ନଥିଲେ। କିନ୍ତୁ ଦିନେ ରାତିରେ କିଛି ବ୍ୟକ୍ତି ଆସିଲେ ଓ ତାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କ ସହିତ ଆଉ ଜଣେ ଭାରତୀୟ ଡାକ୍ତର ରାମମୂର୍ତ୍ତି ଓ ୨ ବିଦେଶୀ ନାଗରିକଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଏକ ଅଜଣା ଜାଗାରେ ରଖାଯାଇଥିଲା। ୧୦ ଦିନ ପରେ ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଦେଇଥିଲେ। ସେ ଜାଣି ନାହାନ୍ତି ତାଙ୍କୁ କେଉଁମାନେ ଅପହରଣ କରିଥିଲେ। କିନ୍ତୁ ଯେହେତୁ ସେଠାରେ ଆଇଏଆଇଏସ୍ ଆତଙ୍କବାଦୀଙ୍କ ଦବଦବା ରହିଛି, ତେଣୁ ଏହା ସେମାନଙ୍କ କାମ ହୋଇ ଥାଇପାରେ।

ସେ କହିଛନ୍ତି ଯେ ତାଙ୍କୁ ଆତଙ୍କବାଦୀମାନେ ମୁକ୍ତ କରିବେ ନା ନାହିଁ ସେ ନେଇ ଆଶାବାଦୀ ଥିଲେ ଓ ନଥିଲେ ମଧ୍ୟ। କାରଣ ପ୍ରତିଟି ମୁହୂର୍ତ୍ତ ଅପ୍ରତ୍ୟାଶିତ ଥିଲା।

ପ୍ରଭାସ କହିଛନ୍ତି, ମୁକ୍ତି ପାଇବା ପରେ ସେ ତ୍ରିପୋଲି ସ୍ଥିତ ଭାରତୀୟ ଦୂତାବାସରେ ପହଞ୍ଚିଥିଲେ। ଭାରତ ଫେରିବାରେ ଭାରତୀୟ ଦୂତାବାସର ସମସ୍ତ ଅଧିକାରୀ ତାଙ୍କୁ ସହଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରମୁଖ ବ୍ୟକ୍ତିଗତ ଭାବେ ତାଙ୍କୁ ସହଯୋଗ କରିଥିଲେ। ତେଣୁ ସେ ସେମାନଙ୍କ ନିକଟରେ କୃତଜ୍ଞ।

ପ୍ରଭାସଙ୍କ ଘର କେନ୍ଦ୍ରାପଡ଼ାର କରିଲୋପାଟଣା ଗାଁରେ। ସେ ରାଉରକେଲାରେ ଥିବା ତାଙ୍କ ଭାଇଭାଉଜ ଓ ଅନ୍ୟ ପରିବାର ଲୋକଙ୍କ ସହିତ ବରାବର ଯୋଗାଯୋଗ ରଖୁଥିଲେ। ତେବେ ଗତ ଅଗଷ୍ଟ ୨୦ ତାରିଖ ପରେ ତାଙ୍କ ସହିତ ଆଉ ଯୋଗାଯୋଗ ରଖି ପାରି ନଥିଲେ ପରିବାର ଲୋକେ। କିଛି ଦିନ ପରେ ଜଣାପଡ଼ିଲା ତାଙ୍କୁ ଅପହରଣ କରାଯାଇଛି।

ଗତ ସେପ୍ଟେମ୍ବର ୧୭ ତାରିଖରେ ଖବର ଆସିଲା ଯେ ପ୍ରଭାସ ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଯାଇଛନ୍ତି। ସେ ରାଉରକେଲାରେ ଥିବା ତାଙ୍କ ଭାଉଜଙ୍କୁ ଫୋନ୍ କରି ଏହି ଖବର ଦେଇଥିଲେ ଏବଂ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ ତା’ପରେ ଆଉ ପରିବାର ଲୋକଙ୍କ ସହିତ ପ୍ରଭାସ ଯୋଗାଯୋଗ କରି ନଥିଲେ। ତେଣୁ ପରିବାର ଲୋକେ ଚିନ୍ତିତ ଥିଲେ।

ପ୍ରଭାସ ଲିବ୍ୟାର ସିର୍ତ୍ତେରେ ରହୁଥିଲେ। ତାଙ୍କ ପତ୍ନୀ ସେଠାରୁ ୫୦୦ କିଲୋମିଟର ଦୂର ତ୍ରିପୋଲିରେ ରହନ୍ତି। ତାଙ୍କର ଦୁଇ ଜଣ ପିଲା ମାମୁଁ ଘରେ ରହନ୍ତି।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖି ପ୍ରଭାସଙ୍କ ଭାରତ ଫେରାଇ ଆଣିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

Related story