ବିଚିତ୍ର ଅବସ୍ଥା ! ଖଟିଆରେ ବୁହା ହେଲେ ଗର୍ଭବତୀ

Ordigital Desk
  • Published: Monday, 25 September 2017
  • , Updated: 25 September 2017, 01:00 PM IST
<p>ଜୟପୁର (ଓଡ଼ିଶା ରିପୋର୍ଟର): ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନି। କେତେବେଳେ ଭାରରେ ବୁହାଯାଉଛି ତ ଆଉ କେତେବେଳେ ଚାଲି ଚାଲି ମେଡ଼ିକାଲ ଯାଉଛି। ଏପରି ଏକ ଘଟଣା ଆଜି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍&zwnj; ଜିଲ୍ଲାରେ ଘଟିଛି। ଆମ୍ୱୁଲାନ୍ସ ନଆସିବାରୁ ପରିବାର ଲୋକେ ଗର୍ଭବତୀଙ୍କୁ ଭାରରେ ବୁହି ମେଡ଼ିକାଲ ନେଇଥିଲେ।</p> <p>ଜୟପୁର ବ୍ଲକ ଗଡ଼ପଦର ପଞ୍ଚାୟତର ରାମଗଡ଼ ଗାଁର ଫୁଲମତି ମୁଦୁଲି ଆଜି ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୨ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ। ମାତ୍ର ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା। ପରିବାର ଲୋକେ କିଛି ସମୟ ଅପେକ୍ଷା କରି ଖଟିଆରେ ଗର୍ଭବତୀଙ୍କୁ ବୋହି ନେଇଥିଲେ। ପରେ ଅଟୋରେ ନେଇ ଫୁଲମତି ଜୁମୁଲିପୁଟ ସ୍ଥିତ ରାବଣାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।</p>

Related story