ଟଙ୍କ ତୋରାଣି ବିକ୍ରି ପାଇଁ ସମସ୍ତଙ୍କୁ ଦିଆଯିବ ନାହିଁ ଅନୁମତି: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିରରେ ଟଙ୍କ ତୋରାଣି ବିକ୍ରିକୁ ନେଇ ନୂଆ ବିବାଦ ଦେଖା ଦେଇଛି। ନିଯୋଗର ବିନା ପରାମର୍ଶରେ ଆନନ୍ଦ ବଜାରରେ ଟଙ୍କ ତୋରାଣି ବିକ୍ରି ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ନିଯୋଗ ଅଭିଯୋଗ କରିଛି। ଟଙ୍କ ତୋରାଣି ବିକ୍ରି ପାଇଁ ସମସ୍ତଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ। କେବଳ ଶାରୀରିକ ଅକ୍ଷମ ସେବାୟତଙ୍କୁ ଟଙ୍କ ତୋରାଣି ବିକ୍ରି ଲାଗି ସୁଯୋଗ ମିଳିବ। ସେପଟେ ନିଯୋଗ ଏ ନିଷ୍ପତ୍ତିକୁ ବିରୋଧ କରିଛି। […]

Rakesh Mallick
  • Published: Sunday, 10 September 2017
  • , Updated: 10 September 2017, 09:20 AM IST

ପୁରୀ: ଶ୍ରୀମନ୍ଦିରରେ ଟଙ୍କ ତୋରାଣି ବିକ୍ରିକୁ ନେଇ ନୂଆ ବିବାଦ ଦେଖା ଦେଇଛି। ନିଯୋଗର ବିନା ପରାମର୍ଶରେ ଆନନ୍ଦ ବଜାରରେ ଟଙ୍କ ତୋରାଣି ବିକ୍ରି ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ନିଯୋଗ ଅଭିଯୋଗ କରିଛି। ଟଙ୍କ ତୋରାଣି ବିକ୍ରି ପାଇଁ ସମସ୍ତଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ। କେବଳ ଶାରୀରିକ ଅକ୍ଷମ ସେବାୟତଙ୍କୁ ଟଙ୍କ ତୋରାଣି ବିକ୍ରି ଲାଗି ସୁଯୋଗ ମିଳିବ। ସେପଟେ ନିଯୋଗ ଏ ନିଷ୍ପତ୍ତିକୁ ବିରୋଧ କରିଛି।

ଆନନ୍ଦ ବଜାରରେ ବାସି ମହାପ୍ରସାଦ ବିକ୍ରି ହେଉଛି ବୋଲି ପ୍ରଶାସନ ଆରୋପ ଲଗାଉଥିବାରୁ ଏଠାରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରିବାକୁ ଦାବି କରିଛି ସୁଆର ମହାସୁଆର ନିଯୋଗ।

Related story