ବଦଳିଲେ ଆରତି ଆହୁଜା, ପ୍ରମୋଦ ମେହେର୍ଦ୍ଦା ନୂଆ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜାଙ୍କୁ ବଦଳି କରି ଦିଆଯାଇଛି। ତାଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମୋଦ କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଗଗନ କୁମାର ଧଳଙ୍କୁ କୃଷି ଉତ୍ପାଦନ କମିଶନର […]

arati-ahuja

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 08:19 PM IST

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଆରତି ଆହୁଜାଙ୍କୁ ବଦଳି କରି ଦିଆଯାଇଛି। ତାଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରମୋଦ କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ।

ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଗଗନ କୁମାର ଧଳଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ନୂଆ ନିଯୁକ୍ତି ଦିଆଯାଇଛି।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବୀର ବିକ୍ରମ ଯାଦବଙ୍କୁ ପ୍ରଯୁକ୍ତି ଓ ବିଜ୍ଞାନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କୃଷି ଓ କୃଷିକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଥିବା ହର ବଲ୍ଲଭ ମିଶ୍ରଙ୍କୁ କୃଷି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ପରିବହନ କମିଶନର ଚନ୍ଦ୍ରଶେଖର କୁମାରଙ୍କୁ ଓମ୍‌ଫେଡ୍ ସିଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।

Related story