ଆପଣ ମୁତ୍ରାଶୟ କ୍ୟାନସର ରୋଗରେ ପୀଡ଼ିତ କି? ଗବେଷକ ବାହାର କଲେ ଔଷଧ

କ୍ୟାନସର ଏକ ମାରାତ୍ମକ ରୋଗ। ଦିନକୁ ଏହା କାୟା ବିସ୍ତାର କରି ଚାଲିଛି। ସେଥିମଧ୍ୟରୁ ପ୍ରୋଷ୍ଟେଟ୍ କ୍ୟାନସର ବା ମୁତ୍ରାଶୟ କ୍ୟାନସର(ପୁରସ୍ଥଗ୍ରନ୍ଥିରେ ହୋଇଥାଏ) ଅନ୍ୟତମ। ଏହି କ୍ୟାନସର ୧୦ଟି ପ୍ରମୁଖ କ୍ୟାନସର ମଧ୍ୟରୁ ଗୋଟିଏ। ଗବେଷଣାରୁ ଜଣାପଡ଼ିଛି ଯେ ଏହି କ୍ୟାନସରେ ପ୍ରତିବର୍ଷ ଭାରତରେ ୧୨,୨୩୧ ଲୋକଙ୍କର ମୃତ୍ୟୁ ଘଟୁଛି। ଏହାର ଚିକତ୍ସା ପାଇଁ ବିଶେଷଜ୍ଞମାନେ ବର୍ଷ ବର୍ଷ ଧରି ଗବେଷଣା ଜାରି ରଖିଛନ୍ତି। ବ୍ରିଟେନର କ୍ୟୁଇନ ବିଶ୍ୱବିଦ୍ୟାଳୟର ବେଲଫ୍ଳାଷ୍ଟର ବିଶେଷଜ୍ଞ କହିଛନ୍ତି,-  ଗବେଷଣାରୁ ଏପରି ଔଷଧ […]

nnn

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 09:45 AM IST

କ୍ୟାନସର ଏକ ମାରାତ୍ମକ ରୋଗ। ଦିନକୁ ଏହା କାୟା ବିସ୍ତାର କରି ଚାଲିଛି। ସେଥିମଧ୍ୟରୁ ପ୍ରୋଷ୍ଟେଟ୍ କ୍ୟାନସର ବା ମୁତ୍ରାଶୟ କ୍ୟାନସର(ପୁରସ୍ଥଗ୍ରନ୍ଥିରେ ହୋଇଥାଏ) ଅନ୍ୟତମ। ଏହି କ୍ୟାନସର ୧୦ଟି ପ୍ରମୁଖ କ୍ୟାନସର ମଧ୍ୟରୁ ଗୋଟିଏ। ଗବେଷଣାରୁ ଜଣାପଡ଼ିଛି ଯେ ଏହି କ୍ୟାନସରେ ପ୍ରତିବର୍ଷ ଭାରତରେ ୧୨,୨୩୧ ଲୋକଙ୍କର ମୃତ୍ୟୁ ଘଟୁଛି। ଏହାର ଚିକତ୍ସା ପାଇଁ ବିଶେଷଜ୍ଞମାନେ ବର୍ଷ ବର୍ଷ ଧରି ଗବେଷଣା ଜାରି ରଖିଛନ୍ତି।

ବ୍ରିଟେନର କ୍ୟୁଇନ ବିଶ୍ୱବିଦ୍ୟାଳୟର ବେଲଫ୍ଳାଷ୍ଟର ବିଶେଷଜ୍ଞ କହିଛନ୍ତି,-  ଗବେଷଣାରୁ ଏପରି ଔଷଧ ତିଆରି ହୋଇଛି, ଯାହାଦ୍ୱାରା ମୁତ୍ରାଶୟ କ୍ୟାନସର ଚିକିତ୍ସା ହୋଇପାରିବ। ଏହି ଔଷଧକୁ ଖାଇଲେ ଶରୀରରେ ପ୍ରତିରୋଧ କ୍ଷମତା ବଢ଼ିଥାଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି କ୍ୟାନସର କାରକ କୋଶିକାକୁ ନଷ୍ଟ କରି ଦେଇଥାଏ। ଏହାଦ୍ୱାରା ପୁରସ୍ଥଗ୍ରନ୍ଥିରେ ହେଉଥିବା ମୁତ୍ରାଶୟ କ୍ୟାନସରର ଚିକିତ୍ସା କରାଯାଇପାରିବ।

ବିଶେଷଜ୍ଞ ଆହୁରି କହିଛନ୍ତି,- ମୁତ୍ରାଶୟ କ୍ୟାନସରର ଚିକିତ୍ସା ପାଇଁ  ତିଆରି ହୋଇଥିବା ଔଷଧ ଏକ ଟିକା। ଏହାର ନାମ ଆରଏନଏ। ଏହି ଟିକାକୁ କମ୍‌ ବୟସର ପୁରୁଷଙ୍କୁ ଦିଆଯାଇପାରିବ। ଯାହାଦ୍ୱାରା ମୂତ୍ରାଶୟରେ କ୍ୟାନସର ହେବାର ଆଶଙ୍କା କମ୍ ହୋଇଥାଏ। ଏହି ଟିକା ବାହାର କରିବା ପାଇଁ ବହୁଦିନ ହେବ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଥିଲେ।

ମୁତ୍ରାଶୟ କ୍ୟାନସରର ଲକ୍ଷଣ-  

ମୁତ୍ରାଶୟ କ୍ୟାନସର ପ୍ରଥମ ପର୍ଯ୍ୟାୟରେ କିଛି ଜଣାପଡ଼ି ନଥାଏ। ରୋଗଟି ବଢ଼ିଲେ ଏହାର ଧୀରେ ଧୀରେ ଜଣାପଡ଼ିଥାଏ। ମୁତ୍ରାଶୟ କ୍ୟାନସର ହେଲେ ପରିସ୍ରା କଲେ କଷ୍ଟ ହେବା, ବାରମ୍ବାର ପରିତ୍ସା ଲାଗିବା, ହାଡରେ ଯନ୍ତ୍ରଣା ହେବା, ପରିସ୍ରା କଲାବେଳେ ରକ୍ତ ପଡ଼ିବା ଓ ଦୁର୍ବଳ ଲାଗିବା ଏହାର ମୁଖ୍ୟ ଲକ୍ଷଣ ହୋଇଥାଏ।

 

 

 

Related story