ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ପରଲୋକ  

ଜୟପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପଟ୍ଟନାୟକଙ୍କ ଆଜି ୮୯ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ସକାଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜୟପୁରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଛି। ରଘୁନାଥ ପଟ୍ଟନାୟକ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ସରକାରରେ ସେ ଅର୍ଥ ଓ ଆଇନ ମନ୍ତ୍ରୀ ରହିଥିଲେ। ରଘୁନାଥଙ୍କ […]

minister

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 06:10 AM IST

ଜୟପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପଟ୍ଟନାୟକଙ୍କ ଆଜି ୮୯ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ସକାଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜୟପୁରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଛି। ରଘୁନାଥ ପଟ୍ଟନାୟକ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ସରକାରରେ ସେ ଅର୍ଥ ଓ ଆଇନ ମନ୍ତ୍ରୀ ରହିଥିଲେ। ରଘୁନାଥଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ରଘୁନାଥ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ  ରାଜ୍ୟ  ବିଜେପି ସଭାପତି ବସନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

Related story