ପୁଣି ଅଡୁଆରେ ସନାତନ: ବୋହୂ କବିତା ପଲେଇ ନାବାଳିକା ଅଭିଯୋଗ

କେନ୍ଦୁଝର: ପୁଣି ଅଡୁଆରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ତାଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ନ ଥିବା ବେଳେ ଆଉ ଏକ ବିବାଦ ଅସି ପହଞ୍ଚି। ଏ ବିବାଦ ଦେଖା ଦେଇଛି ପୁଅ ପଙ୍କଜ ସହ ବିବାହ କରାଇ ଘରକୁ ବୋହୂ କରି ଆଣିଥିବା କବିତା ପଲେଇଙ୍କୁ ନେଇ। କବିତା ପଲେଇ ଜଣେ ନାବାଳିକା ବୋଲି ଅଭିଯୋଗ ହୋଇଛି। କବିତା ପଲେଇଙ୍କ ମାଟ୍ରିକ ସାର୍ଟିଫିକେଟ୍‌ରେ […]

Sanatan-Mahakud

Rakesh Mallick
  • Published: Friday, 29 April 2016
  • , Updated: 30 April 2016, 04:36 AM IST

କେନ୍ଦୁଝର: ପୁଣି ଅଡୁଆରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ତାଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ଙ୍କୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ନ ଥିବା ବେଳେ ଆଉ ଏକ ବିବାଦ ଅସି ପହଞ୍ଚି। ଏ ବିବାଦ ଦେଖା ଦେଇଛି ପୁଅ ପଙ୍କଜ ସହ ବିବାହ କରାଇ ଘରକୁ ବୋହୂ କରି ଆଣିଥିବା କବିତା ପଲେଇଙ୍କୁ ନେଇ। କବିତା ପଲେଇ ଜଣେ ନାବାଳିକା ବୋଲି ଅଭିଯୋଗ ହୋଇଛି।

କବିତା ପଲେଇଙ୍କ ମାଟ୍ରିକ ସାର୍ଟିଫିକେଟ୍‌ରେ ତାଙ୍କ ଜନ୍ମ ତାରିଖ ୧୯୯୮ ଜୁନ ୫ ତାରିଖ ଉଲ୍ଲେଖ ରହିଛି। ଜଣେ ବିଧାୟକ ହୋଇ ନିଜ ପୁଅକୁ କିପରି ଜଣେ ନାବାଳିକା ସହ ବିବାହ କରାଇଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ପ୍ରଶାସନର ଜବରଦଖଲ ଉଚ୍ଛେଦ ଓ ଦୁଇ କବିତାଙ୍କ ବିବାଦକୁ ନେଇ ଏହି ବାହୁବଳୀ ବିଧାୟକ ଜଣଙ୍କ ନାକେଦମ ହୋଇଗଲେଣି।

ତେବେ ଏପରି ଅଭିଯୋଗକୁ କବିତା ପଲେଇଙ୍କ ବାପା ଖଣ୍ଡନ କରିବା ସହ ତାଙ୍କ ଝିଅ ସାବାଳିକା ବୋଲି କହିଛନ୍ତି।

ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟା ଧରିତ୍ରୀ ରାଉତ କହିଛନ୍ତି, “ଘଟଣାର ତର୍ଜମା କରାଯିବ। ତର୍ଜମା କରାଯିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।” ସନାଙ୍କ ନାଁରେ ଏପରି ଅଭିଯୋଗ ଆସିବା ପରେ ଏବେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

Related story