ପୁଣି ଜୀବନ ହାରିଲେ ୫ ଚାଷୀ

କଟକ/ନୂଆପଡ଼ା/ଜୟପୁର: ରାଜ୍ୟରେ ଆଜି ପୁଣି ୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗତସିଂହପୁର, ନୂଆପଡ଼ା, କେନ୍ଦ୍ରାପଡ଼ା, କଟକ ଓ କୋରାପୁଟ ଜିଲ୍ଲାରେ ଆତ୍ମହତ୍ୟା କରିଛନ୍ତି ଏହି ୫ଜଣ ଚାଷୀ। ଖୋଦ୍ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ନୂଆପଡ଼ା ଗସ୍ତରେ ଥିବା ବେଳେ ସେଠାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ଲକ୍ଷ୍ମଣ ଗୌଡ଼। ତାଙ୍କ ଘର କୋମନା ବ୍ଲକର ଠାକୁର ପାଲିରେ। ଫସଲ ନଷ୍ଟ ହୋଇଯାଇଥିବା ଯୋଗୁ ବେକରେ […]

farnersuicide

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 06:04 PM IST

[caption id="attachment_44225" align="alignleft" width="194"] ଜଗତସିଂହପୁରର ଚାଷୀ ରବୀନ୍ଦ୍ର ମୁଦୁଲି[/caption]

କଟକ/ନୂଆପଡ଼ା/ଜୟପୁର: ରାଜ୍ୟରେ ଆଜି ପୁଣି ୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗତସିଂହପୁର, ନୂଆପଡ଼ା, କେନ୍ଦ୍ରାପଡ଼ା, କଟକ ଓ କୋରାପୁଟ ଜିଲ୍ଲାରେ ଆତ୍ମହତ୍ୟା କରିଛନ୍ତି ଏହି ୫ଜଣ ଚାଷୀ।

ଖୋଦ୍ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ନୂଆପଡ଼ା ଗସ୍ତରେ ଥିବା ବେଳେ ସେଠାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ଲକ୍ଷ୍ମଣ ଗୌଡ଼। ତାଙ୍କ ଘର କୋମନା ବ୍ଲକର ଠାକୁର ପାଲିରେ। ଫସଲ ନଷ୍ଟ ହୋଇଯାଇଥିବା ଯୋଗୁ ବେକରେ ରଶି ଦେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଜଗତସିଂହପୁରରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ରବୀନ୍ଦ୍ର ମୁଦୁଲି। ତାଙ୍କ ଘର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ବାରିଆମୂଳ ଗାଁରେ। ଫସଲହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ୫ ଦିନ ତଳେ ବିଷ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ରାଣ ହରାଇଥିବା ଆଉ ଦୁଇ ଚାଷୀ ମଧ୍ୟ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳାପଡ଼ାର ରବୀନ୍ଦ୍ର ମହାଳି ଓ ଅନ୍ୟ ଜଣେ ହେଲେ କଟକ ଜିଲ୍ଲା ଚୌଦ୍ୱାରର ଆଗ୍ରାହାଟର ଭଗବାନ ସାହୁ। ଫସଲ ହାନି ଓ ଋଣବୋଝ ନେଇ ଏହି ଦୁଇ ଚାଷୀ ଆତ୍ମହତ୍ୟା ଉଦ୍ୟମ କରଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।

କୋରାପୁଟ ଜୟପୁର କୁନ୍ଦ୍ରା ବ୍ଲକ୍ ଏକତାଗୁଡା ଗାଁର ଚାଷୀ ଚନ୍ଦର କାଉଡିଆ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି।

Related story