ନୀଳାଦ୍ରିବିଜେ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଜଣେ ସେବାୟତ ଗିରଫ

ଭୁବନେଶ୍ୱର/ପୁରୀ: ଗତକାଲି ନୀଳାଦ୍ରିବିଜେ ବେଳେ ରଥରେ ମହିଳାଭକ୍ତ ଚଢିଥିବା ଦୃଶ୍ୟ ଉତ୍ତୋଳନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଆକ୍ରମଣ ଘଟଣାରେ ଜଣେ ସେବାୟତଙ୍କୁ ପୋଲିସ୍ ଗିରଫ କରିଛି ବୋଲି ପୋଲିସ୍ ଡିଜିପି କେ.ବି ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏହି ଘଟଣାରେ  ଆଉ ଜଣଙ୍କୁ ଗିରଫ କରାଯାଇପାରେ।” ଗତକାଲି ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାର ଖବର ସଂଗ୍ରହ କରୁଥିବା କିଛି […]

puri

Rakesh Mallick
  • Published: Monday, 18 July 2016
  • , Updated: 19 July 2016, 08:26 AM IST

ଭୁବନେଶ୍ୱର/ପୁରୀ: ଗତକାଲି ନୀଳାଦ୍ରିବିଜେ ବେଳେ ରଥରେ ମହିଳାଭକ୍ତ ଚଢିଥିବା ଦୃଶ୍ୟ ଉତ୍ତୋଳନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଆକ୍ରମଣ ଘଟଣାରେ ଜଣେ ସେବାୟତଙ୍କୁ ପୋଲିସ୍ ଗିରଫ କରିଛି ବୋଲି ପୋଲିସ୍ ଡିଜିପି କେ.ବି ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏହି ଘଟଣାରେ  ଆଉ ଜଣଙ୍କୁ ଗିରଫ କରାଯାଇପାରେ।”

ଗତକାଲି ନୀଳାଦ୍ରିବିଜେ ବେଳେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଜଣେ ଯୁବତୀ ଚଢିଥିଲେ। ଏହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାର ଖବର ସଂଗ୍ରହ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେବାୟତମାନେ ଠେଲାପେଲା କରିଥିଲେ। ଏହାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏହି ଘଟଣାର ପ୍ରତିବାଦରେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ପୁରୀ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ।

ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ଦାବି ହେଉଛି।

ଗତକାଲି ପ୍ରଶାସନର କଟକଣାକୁ ଭ୍ରୁକ୍ଷେପ ନକରି ନୀଳାଦ୍ରି ବିଜେ ନୀତି ଚାଲିଥିବାବେଳେ ରଥରେ ଜଣେ ଯୁବତୀ ଓ କିଛି ଛୋଟପିଲା ଚଢ଼ିଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ସହ କିଛି ସେବାୟତଙ୍କ ଯୁକ୍ତିତର୍କ ହୋଇଥିଲା। ସେବାୟତମାନଙ୍କ ବିଶୃଙ୍ଖଳା ଯୋଗୁଁ ପହଣ୍ଡି ନୀତି ମଧ୍ୟ ପ୍ରଭାବିତ ହୋଇଥିଲା। ଚାରମାଳ ଉପରେ  ଶ୍ରୀସୁଦର୍ଶନ ପ୍ରାୟ ଘଣ୍ଟାଏ ଧରି ଅଟକି ରହିଥିଲେ।  ଘଟଣାସ୍ଥଳରେ ଆଇନମନ୍ତ୍ରୀ ଅରୁଣ ସାହୁ ଓ ମୁଖ୍ୟ ପ୍ରଶାସକ ସୁରେଶ  ମହାପାତ୍ରଙ୍କ  ଉପସ୍ଥିତିରେ  ଏପରି ଘଟଣା ଘଟିଥିଲା।

Related story