ଦଶହରାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ(ଓଡ଼ିଶା ରିପୋର୍ଟର): ଦଶହରାରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ସକାଳଧୂପ ପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଆୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯାଇଥିଲା। ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ବିଭିନ୍ନ ସୁନାଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା। ସେପଟେ ଦୁର୍ଗାମାଧବ ଉପାସନାର ଆଜି ଶେଷ ଦିନ। ଏହି ଅବସରରେ ଦୁର୍ଗାମାଧବ ରଥରେ ଓ  ମଦନମୋହନ ପାଲିଙ୍କିରେ ବୀରବେଶରେ ସୁସଜ୍ଜିତ […]

puritemple

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 02:15 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଦଶହରାରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ସକାଳଧୂପ ପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଆୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯାଇଥିଲା। ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ବିଭିନ୍ନ ସୁନାଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା। ସେପଟେ ଦୁର୍ଗାମାଧବ ଉପାସନାର ଆଜି ଶେଷ ଦିନ। ଏହି ଅବସରରେ ଦୁର୍ଗାମାଧବ ରଥରେ ଓ  ମଦନମୋହନ ପାଲିଙ୍କିରେ ବୀରବେଶରେ ସୁସଜ୍ଜିତ ହୋଇ ଜଗନ୍ନାଥ ବଲ୍ଲଭ ପରିସର ଦଶହରା ପଦାକୁ ବିଜେ କରିଥାନ୍ତି। ସେଠାରେ ଶୀତଳଭୋଗ ଓ ବନ୍ଦାପନା ଆଦି ନୀତି କରାଯାଇଥିଲା।

Related story