ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଗୁରୁତର

ପୁରୀ: ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଏନକାଉଣ୍ଟରରେ  ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଗୁରୁତର ଭାବେ ଆହତ ହୋଇଛି।  ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଚାରିଛକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋପ ଅଞ୍ଚଳରେ ଏକାଧିକ ଡକାୟତି ଓ ରାହାଜାନି ମାମଲାରେ ଅନନ୍ତ ସଂପୃକ୍ତ ଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି। ଗତକାଲି  ବିଳମ୍ବିତ ରାତିରେ ଅନନ୍ତ ବୁଲୁଥିବା ଦେଖି ପୋଲିସ୍‌ ତାକୁ […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 08:07 AM IST

ପୁରୀ: ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଏନକାଉଣ୍ଟରରେ  ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଗୁରୁତର ଭାବେ ଆହତ ହୋଇଛି।  ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଚାରିଛକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋପ ଅଞ୍ଚଳରେ ଏକାଧିକ ଡକାୟତି ଓ ରାହାଜାନି ମାମଲାରେ ଅନନ୍ତ ସଂପୃକ୍ତ ଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି।

ଗତକାଲି  ବିଳମ୍ବିତ ରାତିରେ ଅନନ୍ତ ବୁଲୁଥିବା ଦେଖି ପୋଲିସ୍‌ ତାକୁ ଧରିବାକୁ  ଚେଷ୍ଟା କରିଥିଲା। କିନ୍ତୁ ସେ ପୋଲିସ୍‌କୁ ଚକମା ଦେଖାଇବା ଖସି ପଳାଇ ଯିବାକୁ ବୋମା ମାଡ଼ କରିଥିଲା। ପୋଲିସ୍ ବାଧ୍ୟ ହୋଇ ଅନନ୍ତଙ୍କ ଉପରକୁ ଗୁଳି ଚଳାଇଥିଲା।  ଗୁଳି ଅନନ୍ତର ବାମ ଗୋଡ଼ରେ ବାଜିଥିଲା।

Related story