ପୁରୀ: ଶ୍ରୀଜିଉ ହେବେ ପ୍ରଳାମ୍ୱରାସୁର ବଧ ବେଶ

ପୁରୀ: ଆଜି ହେଉଛି ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ମହାପ୍ରଭୁ ବିଭିନ୍ନ ସ୍ୱର୍ଣ୍ଣଅଳଙ୍କ।ରରେ ବିଭୂଷିତ ହୋଇ ପ୍ରଳମ୍ୱାସୁର ବଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀକୃଷ୍ଣ ଲୀଳାର ପ୍ରଥମେ ବନଭୋଜୀ ବେଶ ପରେ କାଳୀୟ ଦଳନ ବେଶ କରାଯିବ । ଏହାପରେ ପ୍ରଳାମ୍ବସୁର ବଧ ବେଶ ଅନୁଷ୍ଠିତ ହେବ।  ପରମ୍ପରା ମୁତାବକ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରନସିଂହାସନ ଉପରେ ମହାପ୍ରଭୁ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଗୋପପୁରରେ […]

Pralambasura Bhesa

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 03:58 AM IST

ପୁରୀ: ଆଜି ହେଉଛି ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ମହାପ୍ରଭୁ ବିଭିନ୍ନ ସ୍ୱର୍ଣ୍ଣଅଳଙ୍କ।ରରେ ବିଭୂଷିତ ହୋଇ ପ୍ରଳମ୍ୱାସୁର ବଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଶ୍ରୀକୃଷ୍ଣ ଲୀଳାର ପ୍ରଥମେ ବନଭୋଜୀ ବେଶ ପରେ କାଳୀୟ ଦଳନ ବେଶ କରାଯିବ । ଏହାପରେ ପ୍ରଳାମ୍ବସୁର ବଧ ବେଶ ଅନୁଷ୍ଠିତ ହେବ।  ପରମ୍ପରା ମୁତାବକ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରନସିଂହାସନ ଉପରେ ମହାପ୍ରଭୁ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଓ ବଡଭାଇ ବଳରାମ ଓ ସାଙ୍ଗସାଥୀଙ୍କ ସହ ଖେଳ କସରତ କରୁଥିବା ବେଳେ ଗୋପ ବାଳକ ବେଶରେ ପ୍ରଲମ୍ୱାସୁର ଦୁଇଭାଇଙ୍କୁ ବଧ କରିବା ପାଇଁ ଛଦ୍ମବେଶରେ ଆସିଥିଲା । ଏହା ଜାଣିପାରି ଶ୍ରୀବଳରାମ ପ୍ରଳମ୍ୱାସୁରକୁ ମୁଷ୍ଟିକ ପ୍ରହାର କରି ବଧ କରିଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ।

ସୂଚନାଯୋଗ୍ୟ, ପବିତ୍ର ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣଲୀଳାର ଦ୍ୱିତୀୟ ବେଶ କାଳୀୟ ଦଳନ ବେଶ ଶ୍ରୀମନ୍ଦିର ଅନୁଷ୍ଠିତ ହୋଇଯାଇଥିଲା। ନବକଳେବର ପରେ ପ୍ରଥମ ଥର ପାଇଁ ମହାପ୍ରଭୁ ବିଭିନ୍ନ ସୁବର୍ଣ୍ଣ ଅଳଙ୍କ।ରରେ ବିଭୂଷିତ ହୋଇ କାଳୀୟ ଦଳନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମଧ୍ୟାହ୍ନ ଧୂପ ପରେ ମଦନମୋହନ, ରାମକୃଷ୍ଣ ଆଜ୍ଞାମାଳ ପାଇ ପାଲିଙ୍କିରେ ବିରାଜମାନ ହୋଇ ଲବଣୀ ଖିଆ ମଣ୍ଡପରେ ବିଜେ ହୋଇଥିଲେ । ସେଠାରେ ବନ୍ଦାପନା ନୀତି ସମ୍ପର୍ଣ୍ଣ ହେବା ପରେ ମହାଭୋଇ ମହିଳା ସେବାୟତଙ୍କ ଦ୍ୱାରା ପ୍ରସ୍ତୃତ ସର ଲବଣୀକୁ ଭୋଗ କରାଯାଇଥିଲା। ପରେ ମାର୍କଣ୍ଡେୟ ପୁଷ୍କରଣୀରେ କାଳୀୟ ଦଳନ ଲୀଳା ସମ୍ପର୍ଣ୍ଣ ହୋଇଥିଲା। ସେଠାରେ ବିଧିବିଧାନ ମୁତାବକ ଗରୁଡଙ୍କ ଦ୍ୱାରା ପ୍ରଦତ୍ତ ଅମୃତ ଲଡୁ ସେବନ କରିଥିଲେ ଶ୍ରୀକୃଷ୍ଣ।

Related story