ପୁରୀ ଟ୍ରେନ୍ ପୋଡ଼ି ମାମଲାରେ ଗିରଫ ସୁବାସର ଆତଙ୍କବାଦୀ ଲିଙ୍କ୍ ଜଣାପଡ଼ିବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚିନ୍ତା

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟ୍ ଥିବା ଆଶଙ୍କା କରାଯାଉଥିଲା। ପୁରୀ ଟ୍ରେନ୍ ପୋଡ଼ି ଘଟଣାର ଅଭିଯୁକ୍ତ ସୁବାସର ପଲିଗ୍ରାଫ୍ ଟେଷ୍ଟ ପରେ ତା’ର ଆତଙ୍କବାଦୀ ଲିଙ୍କ୍ ଥିବା ଜଣାପଡ଼ିବା ପରେ ଏହି ଆଶଙ୍କା ଦୃଢୀଭୂତ ହୋଇଛି। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଛି। ଶ୍ରୀମନ୍ଦିରର ସମସ୍ତ ୪ଟି ପ୍ରବେଶ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ମନ୍ଦିର ଭିତରରେ ଭକ୍ତଙ୍କ ପ୍ରବେଶ ପୂର୍ବରୁ ସ୍କାନର୍, ସିସିଟିଭି, ମେଟାଲ୍ ଡିଟେକ୍ଟର ଜରିଆରେ ଯାଞ୍ଚ […]

Puri

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 03:08 PM IST

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟ୍ ଥିବା ଆଶଙ୍କା କରାଯାଉଥିଲା। ପୁରୀ ଟ୍ରେନ୍ ପୋଡ଼ି ଘଟଣାର ଅଭିଯୁକ୍ତ ସୁବାସର ପଲିଗ୍ରାଫ୍ ଟେଷ୍ଟ ପରେ ତା’ର ଆତଙ୍କବାଦୀ ଲିଙ୍କ୍ ଥିବା ଜଣାପଡ଼ିବା ପରେ ଏହି ଆଶଙ୍କା ଦୃଢୀଭୂତ ହୋଇଛି। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଛି। ଶ୍ରୀମନ୍ଦିରର ସମସ୍ତ ୪ଟି ପ୍ରବେଶ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ମନ୍ଦିର ଭିତରରେ ଭକ୍ତଙ୍କ ପ୍ରବେଶ ପୂର୍ବରୁ ସ୍କାନର୍, ସିସିଟିଭି, ମେଟାଲ୍ ଡିଟେକ୍ଟର ଜରିଆରେ ଯାଞ୍ଚ କରାଯାଉଛି।

ଶ୍ରୀମନ୍ଦିର ବାହାରେ କଡ଼ା ସୁରକ୍ଷା ଥିଲେ ହେଁ, ମନ୍ଦିର ଭିତରେ କୌଣସି ଅଘଟଣ ଘଟିଲେ ତା'ର ମୁକାବିଲା ପାଇଁ ବ୍ୟବସ୍ଥା ନାହିଁ। ତେଣୁ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ କରାଯିବ ନା' ନାହିଁ, ତାକୁ ନେଇ ଚାଲିଛି ବିଚାର ବିମର୍ଷ। ମନ୍ଦିର ଭିତରର ସୁରକ୍ଷା ବଢାଇବା ଲାଗି ପ୍ରଶାସନ ସଶସ୍ତ୍ର ସୁରକ୍ଷା କର୍ମୀ ମୁତୟନ କରିବାକୁ ଚିନ୍ତା କରୁଛି। ତେବେ ଏହାଦ୍ୱାରା ପରମ୍ପରା ଭଙ୍ଗ ହେବା ଆଶଙ୍କା ଥିବାରୁ ଏ ନେଇ ସେବାୟତମାନଙ୍କ ସହ ଆଲୋଚନା କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ କୁମାର ପ୍ରତିହାରୀ କହିଛନ୍ତି।

ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଗରାବଡୁ ନିଯୋଗ। ନିଯୋଗ ସମ୍ପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି, ଏହାଦ୍ୱାରା ଶ୍ରୀମନ୍ଦିରର ନୀତି ଓ ପରମ୍ପରା ଭଙ୍ଗ ହେବ। ଅନ୍ୟ ଧାର୍ମୀକ ଅନୁଷ୍ଠାନରେ ସୁରକ୍ଷା କର୍ମୀଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହା ଶ୍ରୀମନ୍ଦିରରେ ରହିବା ଦରକାର। ଶ୍ରୀମନ୍ଦିର ଭିତରକୁ ସଶସ୍ତ୍ର ସୁରକ୍ଷା କର୍ମୀ ନ ଯାଇ କିପରି ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ତାହାର ବ୍ୟବସ୍ଥା କରାଯାଉ। ଆଗକୁ ନୂଆବର୍ଷ ଆସୁଥିବାରୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ବି ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି।

Related story