ଓଲଟିଲା ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍‌ : ୧୨ରୁ ଅଧିକ ଆହତ, ୬ ବଗି ଲାଇନ୍‌ଚ୍ୟୁତ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଲାଇନ୍‌ଚ୍ୟୁତ୍ ହେଲା ପୁରୀ-ଉତ୍କଳ ଏକ୍ସପ୍ରେସ। ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ  ଦୁର୍ଘଟଣାଗସ୍ତ ହୋଇଥିବା ଏହି ଏକ୍ସେପ୍ରେସ୍‌ରୁ ୬ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୮୪୭୭ ନମ୍ବର ବିଶିଷ୍ଟ ପୁରୀ-ହରିଦ୍ବାର-ଉତ୍କଳ ଏକ୍ସେପ୍ରେସ୍‌ ପୁରୀରୁ ହରିଦ୍ବାର ଯାଉଥିବା ବେଳେ ଶନିବାର ସନ୍ଧ୍ୟା ୫ଟା ୪୬ରେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ସେହିପରି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ୟୁପି ଏଟିଏସ୍ ପହଞ୍ଚି ଥିବା ଜଣାପଡ଼ିଛି। ଗତ ୧୭ ତାରିଖ ରାତିରେ ପୁରୀରୁ ଏହି ଟ୍ରେନ୍‌ ଛାଡ଼ିଥିଲା।