ରେଳବାଇରେ ନିଯୁକ୍ତି ସୁଯୋଗ: ୯୭୩୯ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ ବୋର୍ଡ(RRB) ୯୭୩୯ଟି କନଷ୍ଟେବଳ ଓ ସବ୍‌-ଇନସ୍‌ପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ ଆବେଦନ କରିପାରିବେ। ଏଥିପାଇଁ ଜାଣିରଖନ୍ତୁ କିଛି ଆବଶ୍ୟକ ସୂଚନା। ପଦବୀ ସଂଖ୍ୟା- ମୋଟ କନଷ୍ଟେବଳ ପଦବୀ- ୮୬୧୯ ପୁରୁଷ-୪,୪୦୩ ମହିଳା-୪୨୧୬ ମୋଟ ସବ୍‌-ଇନିସ୍‌ପେକ୍ଟର ପଦବୀ-୧୧୨୦ ପୁରୁଷ-୮୧୯  ମହିଳା-୩୦୧ ଯୋଗ୍ୟତା: ସ୍ନାତକ ପାସ୍‌ କରିଥିବା […]

IndiaTv143cde_IndianRailways

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 09:49 AM IST

ନୂଆଦିଲ୍ଲୀ: ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ ବୋର୍ଡ(RRB) ୯୭୩୯ଟି କନଷ୍ଟେବଳ ଓ ସବ୍‌-ଇନସ୍‌ପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ ଆବେଦନ କରିପାରିବେ। ଏଥିପାଇଁ ଜାଣିରଖନ୍ତୁ କିଛି ଆବଶ୍ୟକ ସୂଚନା।

ପଦବୀ ସଂଖ୍ୟା-

ମୋଟ କନଷ୍ଟେବଳ ପଦବୀ- ୮୬୧୯

ପୁରୁଷ-୪,୪୦୩

ମହିଳା-୪୨୧୬

ମୋଟ ସବ୍‌-ଇନିସ୍‌ପେକ୍ଟର ପଦବୀ-୧୧୨୦

ପୁରୁଷ-୮୧୯

 ମହିଳା-୩୦୧

ଯୋଗ୍ୟତା: ସ୍ନାତକ ପାସ୍‌ କରିଥିବା ପ୍ରାର୍ଥୀ ସବ୍-ଇନିସ୍‌ପେକ୍ଟର ପଦବୀ ପାଇଁ ଆବେନ କରିପାରିବେ। କନେଷ୍ଟବଳ ପଦବୀ ପାଇଁ ମାଟ୍ରିକ୍‌ ପାସ୍‌ ହୋଇଥିବା ନିହାତି ଆବଶ୍ୟକ।

ଆବେଦନର ଶେଷ ତାରିଖ: ୩୦ ଜୁନ୍‌ ୨୦୧୮

ବୟସ ସୀମା: କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିଭଳି ସବ୍-ଇନିସ୍‌ପେକ୍ଟର ପଦବୀ ପାଇଁ ବୟସ ୨୦ରୁ ୨୫ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଆବେଦନ ଫି: ସାଧାରଣ ଓ ଓବିସି ବର୍ଗର ପ୍ରାର୍ଥୀଙ୍କୁ ପାଇଁ ପ୍ରଥମେ ୫୦୦ ଟଙ୍କା ଫି ଦେବାକୁ ପଡ଼ିବ। ପରୀକ୍ଷା ଦେଇସାରିବା ପରେ ସେଥିରୁ ୪୦୦ ଟଙ୍କା ଫେରସ୍ତ କରାଯିବ। ଏସ୍‌ସି,ଏସ୍‌ଟି ଓ ମହିଳାଙ୍କ ପାଇଁ ଆବେଦନ ଫି ୨୫୦ ଟଙ୍କା ରଖାଯାଇଛି। ଯଦି ସେମାନେ ପରୀକ୍ଷା ଦିଅନ୍ତି, ତେବେ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବାର ନିୟମ ରହିଛି।

ଚୟନ ପ୍ରକ୍ରିୟା: ଏଥିପାଇଁ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା (ସିବିଟି) ଚଳିତ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ହେବ। ଏହାପରେ ଲିଖିତ ପରୀକ୍ଷା, ପିଇଟି ପିଏସ୍‌ଟି ଓ ଫିଜିକାଲ୍‌ ଟେଷ୍ଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଅବେଦନ ପ୍ରକ୍ରିୟା: ପ୍ରାର୍ଥୀ ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟର ଅଫିସିଆଲ୍‌ ୱେବ୍‌ସାଇଟ୍‌ rpfonlinereg.co.in କୁ ଯାଇ ଆବେଦନ କରିପାରିବେ।

Related story