ଖାଲି ପେଟରେ ପିଅନ୍ତୁ କିସ୍‌ମିସ୍‌ ପାଣି: ଶରୀରକୁ ମିଳିବ ଏସବୁ ଫାଇଦା

ଡ୍ରାଏ ଫ୍ରୁଟ୍‌ କିସ୍‌ମିସ୍‌ରେ ଅନେକ ଭିଟାମିନ୍ ଭରି ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କିସ୍‌ମିସ୍‌ ପାଣି ଶରୀର ପାଇଁ କେତେ ଲାଭଦାୟକ? କିସ୍‌ମିସ୍‌କୁ ପାଣିରେ ପକାଇ ୨୦ ମିନିଟ୍‌ ଫୁଟାଇବା ପରେ ଏହାକୁ ରାତିସାରା ରଖି ସକାଳେ ଖାଲି ପେଟରେ ପିଇବା ଦ୍ୱାରା ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।  ଜାଣନ୍ତୁ କିସ୍‌ମିସ୍‌ ପାଣିର ଉପକାରିତା ୧- ପ୍ରତିଦିନ ସକାଳେ କିସ୍‌ମିସ୍ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି ଓ ଆଳସ୍ୟରୁ […]

raisin

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 11:01 AM IST

ଡ୍ରାଏ ଫ୍ରୁଟ୍‌ କିସ୍‌ମିସ୍‌ରେ ଅନେକ ଭିଟାମିନ୍ ଭରି ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କିସ୍‌ମିସ୍‌ ପାଣି ଶରୀର ପାଇଁ କେତେ ଲାଭଦାୟକ? କିସ୍‌ମିସ୍‌କୁ ପାଣିରେ ପକାଇ ୨୦ ମିନିଟ୍‌ ଫୁଟାଇବା ପରେ ଏହାକୁ ରାତିସାରା ରଖି ସକାଳେ ଖାଲି ପେଟରେ ପିଇବା ଦ୍ୱାରା ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।

 ଜାଣନ୍ତୁ କିସ୍‌ମିସ୍‌ ପାଣିର ଉପକାରିତା

୧- ପ୍ରତିଦିନ ସକାଳେ କିସ୍‌ମିସ୍ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି ଓ ଆଳସ୍ୟରୁ ମୁକ୍ତି ମିଳିଥାଏ।

୨- ଏହି ପାଣି ପିଇବା ଦ୍ୱାରା କୋଲେଷ୍ଟ୍ରୋଲ୍ ସ୍ତର ସ୍ଥିର ରହେ।

୩- ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍‌ ଭରପୂର ମାତ୍ରାରେ ରହିଛି। ଯାହା ତ୍ୱଚାକୁ ସୁସ୍ଥ ରଖିଥାଏ।

୪- କିସ୍‌ମିସ୍‌ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍ ରହେ।

୫- ପ୍ରତିଦିନ କିସମିସ୍‌ ପାଣି ପିଇବା ଦ୍ୱାରା ଲିଭର ଭଲ ରହିଥାଏ। ଏହାସହିତ ମେଟାବୋଲିଜମ୍ ସ୍ତରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

୬- ରକ୍ତକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Related story