ଫିଟୁନି ରାଜାଙ୍କ ମୃତ୍ୟୁ ରହସ୍ୟ, ୮ ଦିନ ପରେ ବି ପୋଲିସ୍ ହାତ ଖାଲି

ବାଲେଶ୍ୱର: ମୃତ୍ୟୁର ୮ ଦିନ ପରେ ବି ଫିଟୁନି ଅଭିନେତା ରାଜା ପଟ୍ଟନାୟକଙ୍କ ମୃତ୍ୟୁ ରହସ୍ୟ। ଅଭିନେତ୍ରୀ ଜେସି, ଇଭେଣ୍ଟ କୋଅର୍ଡିନେଟର ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରାଙ୍କୁ ପୋଲିସ୍ ପଚରାଉଚରା କରିଛି। କିନ୍ତୁ ସେମିତି କିଛି ଠୋସ୍ ପ୍ରମାଣ ପାଇ ନାହିଁ। ବ୍ୟକ୍ତିଗତ ମୁଚଲିକାରେ ଏହି ତିନି ଜଣଙ୍କୁ ଛାଡ଼ି ଦେବା ପରେ ଏବେ ଘଟଣାର ରହସ୍ୟ ଭେଦିବାକୁ ସେମାନଙ୍କ ପଲିଗ୍ରାଫ୍ ଟେଷ୍ଟକୁ ଅପେକ୍ଷା  କରିଛି ପୋଲିସ୍। ଏଥିପାଇଁ ଫୋରେନ୍‌ସିକ୍ ଡିପାର୍ଟମେଣ୍ଟକୁ ଲିଖିତ ଆକାରରେ […]

rajaa-300x225

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 04:20 PM IST

ବାଲେଶ୍ୱର: ମୃତ୍ୟୁର ୮ ଦିନ ପରେ ବି ଫିଟୁନି ଅଭିନେତା ରାଜା ପଟ୍ଟନାୟକଙ୍କ ମୃତ୍ୟୁ ରହସ୍ୟ। ଅଭିନେତ୍ରୀ ଜେସି, ଇଭେଣ୍ଟ କୋଅର୍ଡିନେଟର ପ୍ରଳୟ ଜେନା ଓ ଡ୍ରାଇଭର ଧନେଶ୍ୱର ବେହେରାଙ୍କୁ ପୋଲିସ୍ ପଚରାଉଚରା କରିଛି। କିନ୍ତୁ ସେମିତି କିଛି ଠୋସ୍ ପ୍ରମାଣ ପାଇ ନାହିଁ। ବ୍ୟକ୍ତିଗତ ମୁଚଲିକାରେ ଏହି ତିନି ଜଣଙ୍କୁ ଛାଡ଼ି ଦେବା ପରେ ଏବେ ଘଟଣାର ରହସ୍ୟ ଭେଦିବାକୁ ସେମାନଙ୍କ ପଲିଗ୍ରାଫ୍ ଟେଷ୍ଟକୁ ଅପେକ୍ଷା  କରିଛି ପୋଲିସ୍। ଏଥିପାଇଁ ଫୋରେନ୍‌ସିକ୍ ଡିପାର୍ଟମେଣ୍ଟକୁ ଲିଖିତ ଆକାରରେ ଅବଗତ କରାଯାଇଛି।

ଏ ଘଟଣାର ତଦନ୍ତ ଅଧିକାରୀ ପର୍ଶୁରାମ ସାହୁ କହିଛନ୍ତି ଯେ ପଲିଗ୍ରାଫ୍ ଟେଷ୍ଟ୍ ପାଇଁ ଫୋରେନ୍‌ସିକ୍ ଡିପାର୍ଟମେଣ୍ଟକୁ ଚିଠି ଲେଖାଯାଇଛି। ପଲିଗ୍ରାଫ୍ ଟେଷ୍ଟ୍ ନେଇ ସେମାନେ ସମୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ଜବାବ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ରାଜା ଓ ଜେସିଙ୍କ ସଂପର୍କକୁ ନେଇ ଥମୁନି ଚର୍ଚ୍ଚା। ରାଜାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ସୋର ଥାନାରେ ହାଜର ହେବା ପରେ ଜେସି କହିଥିଲେ ଯେ ରାଜାଙ୍କ ସହିତ ତାଙ୍କର ସଂପର୍କକୁ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ସେଥିରେ କିଛି ସତ୍ୟତା ନାହିଁ। ରାଜା ତାଙ୍କର ଜଣେ ଭଲ ବନ୍ଧୁ। ରାଜା ତାଙ୍କର ଜଣେ ବଡ଼ ସମର୍ଥକ ଥିଲେ। ରାଜା ତାଙ୍କୁ ଖୁବ୍ ଭଲ ପାଉଥିଲେ ଓ ସେ ବି ତାଙ୍କୁ ଖୁବ୍ ଭଲ ପାଉଥିଲେ। ତେବେ ସେମାନଙ୍କର ସଂପର୍କକୁ ପୂରା ପ୍ରେମ ବୋଲି କହି ହେବ ନାହିଁ। ତେବେ ‘ଓଟିଭି’କୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ରାଜା ଓ ଜେସି ପତିପତ୍ନୀର ପରିଚୟ ଦେଇ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌ରେ ରହିଛନ୍ତି। ସୋଲାନ୍ ଇନ୍‌ ହୋଟେଲ୍‌ରେ ଜାନୁଆରୀ ୨୬ ତାରିଖରେ ସେମାନେ ନିଜକୁ ପତିପତ୍ନୀର ପରିଚୟ ଦେଇ ରହିଥିଲେ। କେବଳ ଗୋଟିଏ ଦିନ ନୁହେଁ, ସେମାନେ ଏହି ପରି ଅନେକ ଥର ଏଇ ହୋଟେଲ୍‌ରେ ରହିଥିଲେ ବୋଲି ହୋଟେଲ୍ ମ୍ୟାନେଜର୍ ଏସ୍‌.କେ ଅକ୍ତର ଅଲ୍ଲୀ କହିଛନ୍ତି। ସେ କହିଛନ୍ତି ଯେ ରାଜ-ଜେସି ତାଙ୍କ ହୋଟେଲ୍‌ରେ ଏକାଧିକ ବାର ରହିଛନ୍ତି। ବେଳେ ବେଳେ ସେମାନଙ୍କ ମଧ୍ୟରୁ ଜଣେ ରହିଛନ୍ତି। ସେମାନେ ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ରହନ୍ତି।

Related story