ରାଜଧାନୀ ରାସ୍ତାରେ ୩ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତାରେ ଆଜି ୩ ଜଣ ଯୁବତୀ ଦୁର୍ବ୍ୟବହାରରେ ଶିକାର ହୋଇଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ପଟିଆ-ନନ୍ଦନକାନନ ରାସ୍ତାରେ ଘଟିଛି। ଏ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ଅପରାହ୍ନରେ ୩ ଜଣ ଯୁବତୀ ଓ ଜଣେ ପୁରୁଷ ସାଥୀ ଦୁଇଟି ଗାଡ଼ିରେ […]

bbsr

Rakesh Mallick
  • Published: Friday, 06 January 2017
  • , Updated: 07 January 2017, 10:50 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତାରେ ଆଜି ୩ ଜଣ ଯୁବତୀ ଦୁର୍ବ୍ୟବହାରରେ ଶିକାର ହୋଇଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ପଟିଆ-ନନ୍ଦନକାନନ ରାସ୍ତାରେ ଘଟିଛି। ଏ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଆଜି ଅପରାହ୍ନରେ ୩ ଜଣ ଯୁବତୀ ଓ ଜଣେ ପୁରୁଷ ସାଥୀ ଦୁଇଟି ଗାଡ଼ିରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରି ପଳାଇଥିଲେ। ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗ ସମ୍ପୃକ୍ତ ଯୁବକଙ୍କୁ ପିଛା କରି ରାସ୍ତାରେ ଅଟକାଇ କମେଣ୍ଟ ମାରିବା ସମ୍ପର୍କରେ ପଚାରିଥିଲେ। ହେଲେ ଯୁବକମାନେ ସେମାନଙ୍କ ଦୋଷ ସ୍ୱୀକାର କରି ନ ଥିଲେ। ପରେ ସମ୍ପୃକ୍ତ ଯୁବତୀ ଜଣକ ଏ ସମ୍ପର୍କରେ ନନ୍ଦନକାନନ ଥାନାକୁ ଖବର ଦେଇଥିଲେ। ପୋଲିସ୍‌ର ପରାମର୍ଶ କ୍ରମେ ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗମାନେ କମେଣ୍ଟ ମାରିଥିବା ଯୁବକଙ୍କ ଗାଡ଼ିକୁ ପିଛା କରିଥିଲେ। ନନ୍ଦନକାନନ ପୂର୍ବରୁ ଏକ ବ୍ରିଜ୍‌ ପାଖରେ କମେଣ୍ଟ ମାରିଥିବା ଯୁବକଙ୍କ ୫ରୁ ୬ ଜଣ ସାଙ୍ଗ ସେମାନଙ୍କୁ ଅଟକାଇ ଗାଳି ଦେଇଥିଲେ। ଏପରିକି ସମ୍ପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ସାଙ୍ଗଙ୍କ ଚୁଟି ଟାଣି ମାଡ଼ ମାରି ଫେରାର ହୋଇଯାଇଥିଲେ। ପୋଲିସ୍‌ ବିଳମ୍ୱରେ ପହଞ୍ଚିବା ଯୋଗୁଁ ଅଭିଯୁକ୍ତମାନେ ଖସି ପଳାଇବାକୁ ସକ୍ଷମ ହେଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣା ରେକର୍ଡିଂ ହୋଇଥିବା ଫୁଟେଜକୁ ଯାଞ୍ଚ କରୁଛି।

ଏ ନେଇ ଜଣେ ଅଭିଭାବକ କହିଛନ୍ତି,“ପୋଲିସ୍‌ ଘଟଣାରେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ବିନା କାରଣରେ ସେମାନେ ମାଡ଼ ମାରିଥିବାରୁ ସର୍ବ ସମ୍ମୁଖରେ ଭୁଲ ମାଗନ୍ତୁ।”

Related story