ରାଜାଶ୍ରୀ ଓ ବର୍ଷାସୋନୀଙ୍କ ପୁନର୍ମିଳନରେ ରଘୁନାଥ ମହାନ୍ତି ଖୁସି

ବାଲେଶ୍ୱର: ଗତକାଲି ରାଜାଶ୍ରୀ ଓ ବର୍ଷାସୋନୀ ପୁଣି ଏକାଠି ହୋଇଥିବା ବେଳେ ଆଜି ଏନେଇ ଖୁସି ପ୍ରକଟ କରିଛନ୍ତି ରାଜାଶ୍ରୀଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ରଘୁନାଥ କହିଛନ୍ତି,“ଆମ ଦୁଇ ପରିବାର (ତାଙ୍କର ଓ ବର୍ଷାସୋଡ଼ୀଙ୍କ ବାପ ଘର) ପାଇଁ ଏହା ଖୁସି ଖବର। ସାଧାରଣ କଥାକୁ କେନ୍ଦ୍ର କରି ରାଜାଶ୍ରୀ ଓ ବର୍ଷାସୋନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ସେ ମତାନ୍ତରରୁ ମହାଭାରତ ସୃଷ୍ଟି ହୋଇଥିଲା। ମୋର […]

raghunath-mohanty

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 07:51 AM IST

ବାଲେଶ୍ୱର: ଗତକାଲି ରାଜାଶ୍ରୀ ଓ ବର୍ଷାସୋନୀ ପୁଣି ଏକାଠି ହୋଇଥିବା ବେଳେ ଆଜି ଏନେଇ ଖୁସି ପ୍ରକଟ କରିଛନ୍ତି ରାଜାଶ୍ରୀଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି।

ଓଟିଭିକୁ ଦେଇଥିବା ଏକ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ରଘୁନାଥ କହିଛନ୍ତି,“ଆମ ଦୁଇ ପରିବାର (ତାଙ୍କର ଓ ବର୍ଷାସୋଡ଼ୀଙ୍କ ବାପ ଘର) ପାଇଁ ଏହା ଖୁସି ଖବର। ସାଧାରଣ କଥାକୁ କେନ୍ଦ୍ର କରି ରାଜାଶ୍ରୀ ଓ ବର୍ଷାସୋନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ସେ ମତାନ୍ତରରୁ ମହାଭାରତ ସୃଷ୍ଟି ହୋଇଥିଲା। ମୋର ଦୁଇ ପିଲା (ରାଜାଶ୍ରୀ ଓ ବର୍ଷାସୋନୀ) ପରସ୍ପରର ଭୁଲ୍ ବୁଝିପାରିଛନ୍ତି। ସେମାନେ ସେମାନଙ୍କ ଭୁଲ୍ ପାଇଁ ଅନୁତାପ କଲେ ଓ ପୁଣି ପରସ୍ପରକୁ ଗ୍ରହଣ କରି ନେଲେ। ୟା’ଠାରୁ ଆନନ୍ଦଦାୟକ କଥା ଆଉ କିଛି ଥାଇ ନ ପାରେ।”

ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ରାଜାଶ୍ରୀ ଓ ବର୍ଷାସୋନୀ ପୁଣି ଏକାଠି ହୋଇଥିବା ବେଳେ ରଘୁନାଥ ମହାନ୍ତି ଉପସ୍ଥିତ ନ ଥିଲେ। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଏ ଉପରେ ସ୍ପଷ୍ଟୀକରଣ ଦେଇ ରଘୁନାଥ କହିଛନ୍ତି,“ମୋ ପୁଅ ରାଜାଶ୍ରୀ ଓ ବୋହୂ ବର୍ଷାସୋନୀ ସ୍ୱାଧୀନ। ସେମାନେ ସ୍ୱାଧୀନ ଚିନ୍ତାଧାରା ନେଇ ନିଷ୍ପତ୍ତି ନେଇଛନ୍ତି। ବାପାମା’ଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ରହିଛି। ସେମାନେ ଗତକାଲି ଯେଉଁ ନିଷ୍ପତ୍ତି ନେଲେ ତାହାକୁ ମୁଁ ସବୁବେଳେ ସମର୍ଥନ କରି ଆସିଛି। ଗତକାଲି ମୁଁ ମୟୂରଭଞ୍ଜର ମୋରଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲି। ଏହି କାର୍ଯ୍ୟକ୍ରମ ଆଠ ଦଶ ଦିନ ଆଗରୁ ସ୍ଥିର ହୋଇସାରିଥିଲା। ତେଣୁ ମୁଁ କାଲି ରାଜାଶ୍ରୀ ଓ ବର୍ଷାସୋନୀ ଏକାଠି ହେବା କାର୍ଯ୍ୟକ୍ରମକୁ ଯାଇପାରି ନ ଥିଲି।”

ରାଜାଶ୍ରୀ ଓ ବର୍ଷାସୋନୀ ଏକାଠି ହେବା ପଛରେ କୌଣସି ରାଜନୀତି ନାହିଁ ବୋଲି ରଘୁନାଥ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ସେମାନଙ୍କର ପୁନର୍ମିଳନ ପଛରେ କୌଣସି ରାଜନୀତି ନାହିଁ। ଏହା ସଂପୂର୍ଣ୍ଣ ଭାବେ ଏକ ପାରିବାରିକ କଥା।”

ତେବେ ବର୍ଷାସୋନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା କଥାକୁ ରଘୁନାଥ ସ୍ୱୀକାର କରିଛନ୍ତି। ସେ କହିଛନ୍ତି,“ବର୍ଷାସୋନୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ରାଜାଶ୍ରୀଙ୍କ ସହିତ ତାଙ୍କର ପୁନର୍ମିଳନ କଥା ଜଣାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବୋଲି ମୁଁ ଆଶା କରୁଛି।”

ରାଜାଶ୍ରୀ ଓ ବର୍ଷାସୋନୀଙ୍କ ପୁନର୍ମିଳନ ସହିତ ରଘୁନାଥଙ୍କୁ ବିଜେଡି ରାଜ୍ୟସଭା ପଠାଇବା ଚର୍ଚ୍ଚା ଜୋର ଧରିଛି। ଏନେଇ ସେ କହିଛନ୍ତି,“ରାଜ୍ୟସଭାକୁ କିଏ ଯିବ ବା କିଏ ନ ଯିବ ସେ କଥା ସଂପୂର୍ଣ୍ଣ ଭାବେ ଦଳର ସୁପ୍ରିମୋଙ୍କର।”

ବର୍ଷାସୋନୀ ବିବାଦ ଯୋଗୁଁ ରଘୁନାଥ ମହାନ୍ତିଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏ ନେଇ ସେ କହିଛନ୍ତି,“ଆମେ ପୁଅଝିଅ ଜନ୍ମ କରିଛୁ। ସେମାନଙ୍କ କଥାକୁ ଆମକୁ ଗ୍ରହଣ କରି ନେବାକୁ ପଡ଼ିବ। ସବୁକଥାକୁ ଭୁଲିବାକୁ ହେବ।”

ବେର୍ଷାସୋନୀ ବିବାଦ ଯୋଗୁଁ ରଘୁନାଥ ମହାନ୍ତିଙ୍କ ରାଜନୈତିକ କ୍ୟାରିୟର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ତେବେ ସେ କହିଛନ୍ତି,“ମୁଁ ରାଜନୀତିରେ ଅଛି। ଲୋକଙ୍କ ସହିତ ଅଛି। ପ୍ରତିମାସରେ ପ୍ରାୟ କୋଡ଼ିଏରୁ ପଚିଶ କାର୍ଯ୍ୟକ୍ରମରେ ଯୋଗ ଦେଉଛି। କେବେ କୌଣସି କାର୍ଯ୍ୟକ୍ରମରେ କେହି ମୋ ପାରିବାରିକ କଥା ଉଠାଇ ନାହାନ୍ତି।”

Related story