ରାଜଗାଙ୍ଗପୁର: ଟ୍ରକ୍ ଓ ‍ବୋଲେରୋ ମଧ୍ୟରେ ଧକ୍କା, ୪ ମୃତ, ୯ ଆହତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାଣୀବନ୍ଧ ନିକଟରେ ଆଜି ରାତି ପ୍ରାୟ ୮ଟା ବେଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ବୋଲେରୋ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ୪ ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆହତ ୯ ଜଣଙ୍କୁ ପ୍ରଥମେ ରାଜଗାଙ୍ଗପୁର ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ତା’ପରେ ସେମାନଙ୍କୁ ରାଉରକେଲାର ଆଇଜିଏଚ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ […]

rajgangpur

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 05:43 PM IST

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାଣୀବନ୍ଧ ନିକଟରେ ଆଜି ରାତି ପ୍ରାୟ ୮ଟା ବେଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ବୋଲେରୋ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ୪ ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆହତ ୯ ଜଣଙ୍କୁ ପ୍ରଥମେ ରାଜଗାଙ୍ଗପୁର ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ତା’ପରେ ସେମାନଙ୍କୁ ରାଉରକେଲାର ଆଇଜିଏଚ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ କୁତ୍ରା ଅଞ୍ଚଳର। ସେମାନେ ଏକ ବୋଲେରୋ ଯୋଗେ ରାଜଗାଙ୍ଗପୁର ବାରୁପଡ଼ା ଅଞ୍ଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Related story