ରାଜସ୍ୱ ବିଭାଗର ପ୍ରାଥମିକ ଆକଳନ: ୧୨ ଜିଲ୍ଲାର ୧୦୭ଟି ବ୍ଲକରେ ୩୩ ପ୍ରତିଶତ ଜମିରେ ଧାନଚାଷ ନଷ୍ଟ

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକଗୁଡ଼ିକର ମୋଟ ୩୩ ପ୍ରତିଶତ ଜମିରେ ଧାନଚାଷ ନଷ୍ଟ ହୋଇଛି। ଅର୍ଥାତ ମୋଟ ୨ଲକ୍ଷ ୫୭ ହଜାର ୯୩୦ ହେକ୍ଟର ଜମିରେ ଫସଲ ଉଜୁଡ଼ି ଯାଇଛି। ଆଇ-ଏଷ୍ଟିମେଶନ୍ ବା ପ୍ରାଥମିକସ୍ତରରେ ରାଜସ୍ୱ ବିଭାଗର ଆକଳନରୁ ଏହି ତଥ୍ୟ ଆସିଛି। ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର, ବୌଦ୍ଧ, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, […]

cow

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 01:37 PM IST

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକଗୁଡ଼ିକର ମୋଟ ୩୩ ପ୍ରତିଶତ ଜମିରେ ଧାନଚାଷ ନଷ୍ଟ ହୋଇଛି। ଅର୍ଥାତ ମୋଟ ୨ଲକ୍ଷ ୫୭ ହଜାର ୯୩୦ ହେକ୍ଟର ଜମିରେ ଫସଲ ଉଜୁଡ଼ି ଯାଇଛି। ଆଇ-ଏଷ୍ଟିମେଶନ୍ ବା ପ୍ରାଥମିକସ୍ତରରେ ରାଜସ୍ୱ ବିଭାଗର ଆକଳନରୁ ଏହି ତଥ୍ୟ ଆସିଛି।

ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର, ବୌଦ୍ଧ, ଯାଜପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ନେଇ ଆଖି ଦେଖା ଆକଳନ (ଆଇ-ଏଷ୍ଟିମେଟ୍) କରାଯାଇଛି। ଏଥିରୁ ଜଣାପଡ଼ିଛି ୩୩ ପ୍ରତିଶତ ଜମିରେ ଧାନ ଫସଲ ଉଜୁଡ଼ି ଯାଇଛି। ତେବେ କ୍ରପ୍ କଟିଂ ବା ଅମଳ ପରେ ଯାଇ ସଠିକ୍ ତଥ୍ୟ ଆସିପାରିବ।

ପ୍ରାଥମିକ ଆକଳନରୁ ଜଣାପଡ଼ିଛି, ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ୬୬ ହଜାର ୫୪୦ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। କଳାହାଣ୍ଡିରେ ୩୭ ହଜାର ୩୮୮ ହେକ୍ଟର,  ନବରଙ୍ଗପୁରେ ୩୪ ହଜାର ୩୮୮ ହେକ୍ଟର, ନୟାଗଡ଼ରେ ୨୧ ହଜାର ୪୯୪ ହେକ୍ଟର, କେନ୍ଦୁଝରରେ ୧୬ ହଜାର ୭୨୪ ହେକ୍ଟର  ଜମିରେ ଧାନଚାଷ ନଷ୍ଟ ହୋଇଛି। ପୁରୀରରେ ୫ ହଜାର ହେକ୍ଟର ଜମିରେ ଧାନଚାଷ ନଷ୍ଟ ହୋଇଛି। ସେହିପରି ଯାଜପୁରରେ ୬୧୬୨ ହେକ୍ଟର, ବାଲେଶ୍ୱରରେ ୨୩୪୦, ବୌଦ୍ଧରେ ୧୭୯୦, ସୁବର୍ଣ୍ଣପୁରରେ ୧୭୧ ଓ ମୟୂରଭଞ୍ଜରେ ୧୯,୭୭୬ ହେକ୍ଟର ଜମିରେ ଧାନଚାଷ ନଷ୍ଟ ହୋଇଛି।   କମ୍ ବର୍ଷା ଯୋଗୁଁ ଏହି ୧୦୭ଟି ବ୍ଲକରେ ସମୁଦାୟ ୩୩ ପ୍ରତିଶତ ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ଏହାର ପରିମାଣ ହେଉଛି ୨ଲକ୍ଷ ୫୭ ହଜାର ୯୩୦ ହେକ୍ଟର ।

ଏବେ ବି କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ମିଳିତ ସର୍ଭେ କାମରେ ଲାଗିଛନ୍ତି। ଆଗକୁ ବର୍ଷା ହେଲେ ସ୍ଥିତିରେ କିଛି ସୁଧାର ଆସିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Related story